ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନକୁ ଦିଲ୍ଲୀ କଂଗ୍ରେସ ସେବା ଦିବସ ରୂପେ ପାଳନ କରିଛି । ଆଜି ଦିଲ୍ଲୀରେ ଗରୀବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରିବ ଦଳ । ମାସ୍କ, ସାନିଟାଇଜର ଓ ମେଡିସିନ କିଟ୍ ମଧ୍ୟ ଲୋକଙ୍କୁ ବଣ୍ଟାଯିବ । ସେପଟେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ପରିବାରକୁ ଭେଟି ସମବେଦନା ମଧ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ କରୋନା ମହାମାରୀ ଚାଲୁଥିବାରୁ ଆଡମ୍ବର ଭାବେ ଜନ୍ମଦିନକୁ ପାଳିବେ ନାହିଁ ରାହୁଲ ।

Share

Leave a Reply

Your email address will not be published. Required fields are marked *

fifteen + twenty =