ମିଲଖା ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗତ ମେ’ ମାସରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଥିଲେ ମଧ୍ୟ କିଛି ଦିନ ଅନ୍ତରରେ ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଜୁନ ୧୮ ତାରିଖ ରାତି ୧୧ଟା ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ମାସରେ ସେ କରୋନା ଆକ୍ରାନ୍ତ ହେବା ପରେ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ ଓ ପରେ ଚଣ୍ଡୀଗଡ଼ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତ ୧୩ ତାରିଖରେ ମୀଲଖାଙ୍କ ପତ୍ନୀ ନିର୍ମଳା ମୀଲଖା ସିଂହଙ୍କ ୮୫ ବର୍ଷ ବୟସରେ କାରନାରେ ପରଲୋକ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶୁକ୍ରବାର ଦିନ ଫୋନ୍ ଯୋଗେ ମିଲ୍ଖାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ।

Share

Leave a Reply

Your email address will not be published. Required fields are marked *

two × 2 =