କରୋନା ନିୟମ ଭାଙ୍ଗିଲେ ସୁର

ଭୁବନେଶ୍ୱର: କରୋନା ନିୟମ ଭାଙ୍ଗିଲେ ଜଟଣୀ ବିଧାୟକ ସୁର ରାଉତରାୟ । ଆଜି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍କରେ ପ୍ରେସମିଟ କରୁଥିଲେ । ଏହି ସମୟରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ ଓ ଚନ୍ଦକା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ସଟଡାଉନ ସମୟରେ ପ୍ରେସମିଟ କରୁଥିବା ବେଳେ ଏଥିରେ ଶତାଧିକ ଲୋକଙ୍କ ଯୋଗଦାନ ହୋଇଥିବାରୁ ଚଢ଼ାଉ କରିଥିଲେ । ତେବେ ସୁର ରାଉତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ସୂଚନା ଥାଉକି, ନନ୍ଦନକାନନ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ପ୍ରେସମିଟ କରିଥିଲେ ସୁର ରାଉତରାୟ । ତେବେ ଏହି ପ୍ରେସମିଟ ସଟଡାଉନରେ ହେଉଥିବା ବେଳେ ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ । ତେବେ ଖବର ପାଇ ଭୁବନେଶ୍ୱର ତହସିଲଦାର ଓ ଚନ୍ଦକା ପୋଲିସ ମିଳିତ ଭାବେ ଯୋଗ ଚଢ଼ାଉ କରିଥିଲେ ।

Share

Leave a Reply

Your email address will not be published. Required fields are marked *

14 − three =