ଉତ୍ତର ପ୍ରଦେଶରେ ଏକାକୀ ନିର୍ବାଚନ ଲଢ଼ିବ ବିଏସପି

ୟୁପି: ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବହୁଜନ ସମାଜ ପାର୍ଟି (ବିଏସପି) ଏକାକି ଲଢିବ । ଦଳ ଉତ୍ତରପ୍ରଦେଶରେ ଏଆଇଏମଆଇଏମ ସହିତ ମେଣ୍ଟ କରୁଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଛି ତାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ସୂଚନାଯୋଗ୍ୟ ଯେ ଏନସିପି ନେତା ଶରଦ ପୱାରଙ୍କ ନେତୃତ୍ୱରେ ଦେଶରେ ବିରୋଧୀ ରାଜନୈତିକ ଦଳଗୁଡିକର ଏକ ମେଣ୍ଟ ଗଠନ ପାଇଁ ପ୍ରୟାସ ଚାଲିଥିବା ଆଲୋଚନା ହେଉଥିବାବେଳେ ଏହାକୁ କେହି ସ୍ୱୀକାର କିମ୍ବା ଅସ୍ୱୀକାର କରିନାହାନ୍ତି ।

ଅବଶ୍ୟ ଭାଜପା ବିରୋଧରେ ଦେଶରେ କୌଣସି ବିକଳ୍ପ ମେଣ୍ଟ ଗଠନ କରାଗଲେ ସେଥିରେ କଂଗ୍ରେସକୁ ନିଆଯିବା ଆବଶ୍ୟକ ବୋଲି ଶରଦ ପୱାର ମତ ରଖିବାର ଦିନକ ପରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, ଏହି ସର୍ବପୁରାତନ ଦଳକୁ ନେଇ ଏକ ମଜଭୁତ ବିକଳ୍ପ ଗଠନ କରାଯାଇପାରିବ । ଏ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବାବେଳେ ଆଗାମୀ ନିର୍ବାଚନରେ ରାଜ୍ୟରେ ଏକାକି ଲଢିବ ବୋଲି କହିଛି ।

Share

Leave a Reply

Your email address will not be published. Required fields are marked *

5 × four =