କିଏ ପାସ, କିଏ ଫେଲ, ହିସାବ ଦେବ ବିଜେଡି

ଭୁବନେଶ୍ୱର () ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ପାଇଁ ଲୋକଙ୍କ ପରାମର୍ଶ ନେବ ବିଜେଡି । ରାଜ୍ୟର ବିଭିନ୍ନ ବିର୍ବାଚନମଣ୍ଡଳୀରେ ଦଳର ତିନି ଛାମୁଆ ସଂଗଠନର କର୍ମକର୍ତ୍ତା ବୁଲିବୁଲି ଲୋକଙ୍କ ମତାମତ ନିଆଯାଇ ଇସ୍ତାହାର ପ୍ରସ୍ତୁତ କରାଯିବ । ଆଜି ଏସମ୍ପର୍କରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ କାହାଯିବ ।

ଏଥିସହ ବିଜେଡି ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବୋଲି ଲମ୍ବା ତାଲିକା ଦିଆଯିବ । ସେହିଭଳି ବିଜେପି ଗତ ନିର୍ବାଚନ ସମୟରେ ଓଡିଶା ସମ୍ପର୍କରେ ଦେଇଥିବା ପ୍ରତିଶ୍ରୁତି ପାଳନରେ କିଭଳି ଫେଲ ମାରିଛି ତାର ମଧ୍ୟ ତାଲିକା ଦିଆଯିବ । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ, ମହିଳା ବିଜୁ ଜନତା ଦଳ ସଭାପତି ମିନତି ବେହେରା, ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ମୁଖପାତ୍ର ସସ୍ମିତ ପାତ୍ର ଓ ସମ୍ପାଦକ ବିଜୟ ନାୟକ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ।

Share

Leave a Reply

Your email address will not be published. Required fields are marked *

five × three =