୧୦୦ ଟଙ୍କା ଲାଗି ହତ୍ୟା

ଝାରସୁଗୁଡ଼ା: ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯାଇପାରେ ଏଭଳି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଧୃବରାଜ ନାଏକଙ୍କୁ ହତ୍ୟା କରିଛି ଜଣେ ଦୁର୍ବୃତ । ସେମାନେ ପଇସା ନଥିବା କହିବା ସହ ଧୃବରାଜ ଆସିଲେ ଦେବେ ବୋଲି କହିଥିଲେ । ଏହାକୁ ନେଇ ବଚସା ହେବା ପରେ ଉତେକ୍ତ ହୋଇପଡ଼ିଥିଲା ଦୁର୍ବୃତ । ସାଙ୍ଗରେ ଆଣିଥିବା ଟଙ୍ଗିଆରେ ପ୍ରଫେସର ଡକ୍ଟର ଧୃବରାଜ ନାଏକଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ସମଲେଶ୍ୱରୀ ନର୍ସିଂ ହୋମ ନେଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆକ୍ରମଣ କରିଥିବା ଦୁର୍ବୃତଙ୍କ ସମ୍ପୁର୍ଣ୍ଣ ପରିଚୟ ଓ ଆକ୍ରମଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଲଇକେରା ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

2 × four =