ସ୍ପା, ବିଉଟି ପାର୍ଲର ସଂଘର ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ପା, ବିଉଟିପାର୍ଲର ସଂଘର ପ୍ରତିବାଦ । ଜୟଦେବ ଭବନ ନିକଟରେ ପ୍ଲାକାର୍ଡ ଧରି ପ୍ରତିବାଦ କଲା ସଂଘ । ସ୍ପା, ବିଉଟି ପାର୍ଲର ଖୋଲିବା ପାଇଁ ସରକାର ଅନୁମତି ଦେବାକୁ ଦାବି ଜଣାଇଛନ୍ତି । ଦୁଇ ମାସ ହେଲା ବନ୍ଦ ଯୋଗୁ ସ୍ପା ଓ ବିଉଟିପାର୍ଲରରେ କାମ କରୁଥିବା କର୍ମଚାରୀମାନେ ବହୁତ ହଇରାଣ ହେଉଛନ୍ତି । ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ । ଯେଉଁମାନେ ଟିକା ନେଇଛନ୍ତି ସେହିମାନଙ୍କୁ ଆମେ ସେବା ଯୋଗାଇବୁ । ତେଣୁ ସରକାର ଆମକୁ ଅନୁମତି ଦିଅନ୍ତୁ ବୋଲି ଦାବି କରିଛି ସଂଘ । ଗତକାଲି ଜୁଲାଇ ମାସର ଗାଇଡ ଲାଇନ ଆସିଥିବା ବେଳେ ସ୍ପା ଓ ବିଉଟିପାର୍ଲର ଖୋଲିବାକୁ ଅନୁମତି ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

four × 5 =