ବିଜେପିରୁ ଲଢିବେ ଅଭିନେତା ଅକ୍ଷୟ କୁମାର

‘ଚାନ୍ଦନି ଚୌକ ଟୁ ଚାଇନା’ର ଯାତ୍ରା କରିଥିବା ବଲିଉଡ଼ର ମିଷ୍ଟର ଖିଲାଡି ଅକ୍ଷୟ କୁମାର ଏବେ ସାଂସଦର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ରାଜନୈତିକ ସ୍ତରରେ ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି କି, ତାଙ୍କୁ ଭାଜପା ଦ୍ୱାରା ଚାନ୍ଦିନି ଚୌକ ନିର୍ବାଚନ ମଣ୍ଡଳୀ ପାଇଁ ଲୋକସଭା ଟିକେଟ ମିଳିପାରେ । ଏନେଇ ପାର୍ଟିର ସମସ୍ତେ ତାଙ୍କ ସପକ୍ଷରେ ଥିବା ଜଣାପଡିଛି । ବିଗତ କିଛି ବର୍ଷ ହେବ ଅକ୍ଷୟ କୁମାରଙ୍କ ଘନିଷ୍ଠ ସଂପର୍କ ବିଜେପିର ବରିଷ୍ଠ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଖିବାକୁ ମିଳିଛି । ଦୁହିଁଙ୍କୁ ଅନେକ ସମୟରେ ଏକାଠୀ ମଧ୍ୟ ଦେଖିବାକୁ ମିଳିଛି ।

ଅକ୍ଷୟ କୁମାର ସ୍ୱଛ ଭାରତ ଅଭିଯାନ ସମ୍ବନ୍ଧୀୟ ଶୌଚାଳୟ ଉପରେ ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମ ପ୍ରସ୍ତୁତ କରି ଦେଶବାସୀଙ୍କ ମନ ମଧ୍ୟ ଜିତିଛନ୍ତିା ଏହାଛଡ଼ା ଅକ୍ଷୟ ଅନେକ ସାମଜିକ ବାର୍ତ୍ତା ଦେଉଥିବା କାହାଣୀ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିଥିବା ମଧ୍ୟ ଦେଖାଯାଇଛି । ତେବେ ଦେଶ ଏବଂ ସେନାଙ୍କ ପାଇଁ ବଢ଼ୁଥିବା ଅକ୍ଷୟଙ୍କ ଯୋଗଦାନ କାହାକୁ ଅଛପା ରହିନାହିାଁ

ଅଭିନେତା ଅକ୍ଷୟ ସହିଦ ଯବାନଙ୍କ ପରିବାରକୁ ସହାୟତା କରିବାଠୁ ଆରମ୍ଭ କରି ଗୃହ ମନ୍ତ୍ରାଳୟର ବିଭିନ୍ନ ଆପର ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତିା ଏପରିକି ବୁଧବାର ଦିନ ପ୍ରଧାନମନ୍ତ୍ରୀ ଅକ୍ଷୟ କୁମାରଙ୍କୁ ଟ୍ଵିଟ ଯୋଗେ ସାଧାରଣଲୋକଙ୍କୁ ମତଦାନ କରିବା ପାଇଁ ପ୍ରେରିତ କରିବା ବାର୍ତ୍ତା ଦେବାପାଇଁ ମଧ୍ୟ ଅନୁରୋଧ କରିଥିଲେ ।

Share

Leave a Reply

Your email address will not be published. Required fields are marked *

six − 4 =