ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ

ଭୁବନେଶ୍ୱର: ବିଜେଡି ଉପସଭାପତି ସୌମ୍ୟ ପଟ୍ଟନାୟକଙ୍କ ଲେଖାକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ଦୈନିକ ସମ୍ବାଦରେ ସୌମ୍ୟଙ୍କ ସଂପାଦକୀୟ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ । କୋଭିଡ ମୃତ୍ୟୁ ସଂଖ୍ୟା ଲୁଚା ଯାଉଥିବା ଲେଖାରେ ସୌମ୍ୟ ଦର୍ଶାଇଛନ୍ତି । ସତ ମୃତ୍ୟୁ ସଂଖ୍ୟା କହିଥିଲେ ଆମର ବିଶେଷ କ୍ଷତି ହୋଇନଥାନ୍ତା ବୋଲି ସେ କହିଛନ୍ତି । ପ୍ରଶାସନରେ ବାମହାତ କଣ କରୁଛି ଡାହାଣ ହାତ ଜାଣୁନି । ମୁଖ୍ୟମନ୍ତ୍ରୀ ଏସଂପର୍କରେ କେତେ ଅବଗତ ଅଛନ୍ତି ଆମେ ଜାଣୁନା ।

ଅନ୍ୟପଟେ ସୌମ୍ୟଙ୍କ ଲେଖାକୁ ନେଇ ଉଭୟ ବିଜେଡି ଓ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ‘ସତକଥା ଲେଖିଥିବାରୁ ସୌମ୍ୟଙ୍କୁ ଧନ୍ୟବାଦ କହିଛନ୍ତି ବିଜେପି ନେତା ପୃଥ୍ୱିରାଜ । ବିଜେପି ଆଗରୁ କହିଛି ରାଜ୍ୟ ସରକାର କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି । ଖବରକାଗଜରେ ଉପସ୍ଥାପିତ କରିଥିବାରୁ ସୌମ୍ୟ ବାବୁଙ୍କୁ ଧନ୍ୟବାଦ’ ବୋଲି ପୃଥ୍ୱିରାଜ କହିଛନ୍ତି । ସେହିଭଳି ‘ସରକାର ତଥ୍ୟ ସୁଚାଇ ନାହାନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । କେଉଁଠି ତଥ୍ୟ ଲୁଚା ଯାଇଛି, ତାଙ୍କ ତଥ୍ୟ ତାଙ୍କୁ ପଚାରନ୍ତୁ’ ।

Share

Leave a Reply

Your email address will not be published. Required fields are marked *

seventeen − nine =