ବିକାଶ ସୂଚକାଂକରେ ଓଡିଶା ଅଗ୍ରଣୀ

ଭୁବନେଶ୍ବର () ମାନବ ବିକାଶ ସୂଚକାଂକରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ । 1990 ରୁ 2017 ମଧ୍ୟରେ ମାନବ ବିକାଶ ସୂଚକାଂକର ବିଭିନ୍ନ ଦିଗକୁ ତର୍ଜମା କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅର୍ଥନୈତିକ ରିସର୍ଚ୍ଚ ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡିଛି । ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଜୀବନ ଧାରଣର ମାନକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

ଏହି ରିପୋର୍ଟ ଅନୁଯାୟୀ ଓଡିଶା, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଯାହା 1990ରେ ବିଭିନ୍ନ ସମାଜିକ ସୂଚକାଂକରେ ସବୁଠାରୁ ପଛରେ ରହିଥିଲା, ସେହିସବୁ ରାଜ୍ୟ ବିକାଶ ସୂଚକାଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ପୂର୍ବ ଏବଂ ଉତ୍ତର ଭାରତ ମଧ୍ୟରେ ବିଭିନ୍ନ ବିକାଶ ସୂଚକାଂକରେ ଥିବା ପ୍ରଭେଦ 2014 ବେଳକୁ ସ୍ଥିର ହୋଇଯାଇଥିଲା କିମ୍ବା ହ୍ରାସ ପାଇଛି । ବିଶେଷ କରି ଓଡିଶାରେ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ରିପୋର୍ଟରେ କୁହାଯାଇଛି ।

ଦେଶର ପ୍ରମୁଖ 10ଟି ରାଜ୍ୟ ମଧ୍ୟରେ ବିକାଶ ସୂଚକାଂକରେ ଓଡିଶା ସବୁଠୁ ଆଗରେ ରହିଛି । ପୂର୍ବ ଭାରତରେ ଏହି ସୂଚକାଂକରେ ଓଡିଶା ସବୁଠୁ ଆଗରେ ରହିଛି । ରାଜ୍ୟର ସାମଗ୍ରିକ ବିକାଶ ହାର 15.1 ପ୍ରତିଶତ ବୃଦ୍ଧି ପାଇଛି । ଏକ୍ଷେତ୍ରରେ ଓଡିଶା ଦେଶର ପ୍ରମୁଖ ପାଞ୍ଚଟି ରାଜ୍ୟ ମଧ୍ୟ ରହିଛି । ଗତ କିଛି ବର୍ଷ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ 1990 ତୁଳନାରେ 2017ରେ ମୁଣ୍ଡ ପିଛା ଆୟ ମଧ୍ୟ ବଢିଛି । ମାନବ ବିକାଶ ସୂଚକାଂଶରେ କେରଳ ଓ ଗୋଆ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏହି ତାଲିକାରେ ବିହାର ଓ ଉତ୍ତର ପ୍ରଦେଶ ଗତ 27 ବର୍ଷ ଧରି ସବୁଠୁ ତଳେ ରହିଛନ୍ତି । ସେହିଭଳି ବିକାଶ ସୂଚକାଂକରେ ଶିଳ୍ପ ସମ୍ବୃଦ୍ଧ ଗୁଜୁରାଟ ଓ ମହାରାଷ୍ଟ୍ରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନ ଜୀବିକା ମାନକୁ ଆଧର କରି ରିପୋର୍ଟ ପ୍ରସ୍ତୁତ ହୋଇଛି ।

Share

Leave a Reply

Your email address will not be published. Required fields are marked *

nineteen + 18 =