ଲଣ୍ଡନରେ ରୂପ ବଦଳାଇ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି

ଲଣ୍ଡନରେ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି । ପ୍ରଥମ ଥର ପାଇଁ ନିରବ ମୋଦିଙ୍କୁ ଲଣ୍ଡନ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ନିଶ, ଦାଢି ରଖି ଲଣ୍ଡନରେ ବୁଲୁଥିବାର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଏକ ଇଂରାଜୀ ଖବର କାଗଜର ସାମ୍ବାଦିକ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । ହେଲେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । ଭାରତ ଫେରିବା ପ୍ରଶ୍ନର ଉତ୍ତରରେ କହିଲେ, ନୋ କମେଣ୍ଟ ।

ପିଏନ୍ବି ଦୁର୍ନୀତି ମାମଲାରେ ନିରବ ମୋଦିଙ୍କୁ ଖୋଜୁଛନ୍ତି ଭାରତୀୟ ତଦନ୍ତକାରୀ ଅଧିକାରୀ । ପିଏନ୍ବିରେ ୧୩ ହଜାର କୋଟି ଟଙ୍କା ଦୁର୍ନୀତିରେ ନିରବ ମୋଦିଙ୍କ ସଂପୃକ୍ତି ରହିଛି । ନିରବ ମୋଦିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି । ୨୦୧୮ ମସିହା ଫେବୃଆରୀ ୧୫ ତାରିଖରେ ନିରବ ମୋଦିଙ୍କ ବରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ ହୋଇଥିଲା ।

ନିରବ ମୋଦିଙ୍କ ଉପରେ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟ । ବ୍ରିଟେନରୁ ଭାରତ ପ୍ରତ୍ୟର୍ପଣ ନେଇ ଅପିଲ କରାଯାଇଛି । ଅପିଲ୍ ପରେ ବ୍ରିଟେନରୁ କୌଣସି ଜବାବ ଆସିନି ।

Share

Leave a Reply

Your email address will not be published. Required fields are marked *

nineteen − nine =