ଜାଣନ୍ତୁ ଚୀନ ରାଷ୍ଟ୍ରପତିଙ୍କ ନିଆରା ପ୍ରେମକାହାଣୀ ବିଷୟରେ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ଶେଷ ହୋଇଛି। ଏଥର ଜିନପିଙ୍ଗ ଦୁଇ ଦିବସୀୟ ଭାରତ ଗସ୍ତ କରିଥିବା ବେଳେ ସାଙ୍ଗରେ କିନ୍ତୁ ପତ୍ନୀ ପେଙ୍ଗ ଲ୍ୟୁୟାନ ଆସିନଥିଲେ। ପେଙ୍ଗ ଲ୍ୟୁୟାନ ଜଣେ ଲୋକଗୀତ ଗାଇକା ଓ ତାଙ୍କୁ ଦେଶରେ ବହୁତ ଶକ୍ତିଶାଳୀ ମନେ କରାଯାଏ। ତେବେ ସି ଜିନପିଙ୍ଗ ଓ ପେଙ୍ଗ ଲ୍ୟୁୟାନଙ୍କ ପ୍ରେମକାହାଣୀ ଖୁବ୍ କ୍ୱଚିତ ଜାଣିଥିବେ। ପ୍ରଥମ ଦେଖାରେ ଯଦିଓ ନୁହେଁ ତେବେ ଉଭୟ ସାରା ଜୀବନ ଏକାଠି ରହିବା ଲାଗି ମାତ୍ର ୪୦ ମିନିଟ୍ ରେ ନିଷ୍ପତ୍ତି ନେଇଥିଲେ।

ପେଙ୍ଗଙ୍କ ସହ ଜିନପିଙ୍ଗଙ୍କ ପ୍ରଥମ ଦେଖା ଜଣେ ସାଙ୍ଗଙ୍କ ଦ୍ୱାରା ହୋଇଥିଲା। ସେତେବେଳେ ପେଙ୍ଗ ଜଣେ ସୁପରଷ୍ଟାର ହୋଇସାରିଥିଲେ। ଦେଶର ଜଣେ ଚର୍ଚ୍ଚିତ ଗାୟିକା ଭାବେ ଲୋକେ ପେଙ୍ଗଙ୍କୁ ଜାଣୁଥିଲେ। ୧୯୮୬ ମସିହାର ଏହି ଦେଖା ସାକ୍ଷାତ ତା ପରବର୍ଷ ଅର୍ଥାତ ୧୯୮୭ ମସିହାରେ ବିବାହରେ ରୂପାନ୍ତରିତ ହୋଇଥିଲା।

ବିବାହ କରିବା ଲାଗି ନିଷ୍ପତ୍ତି ନେବାକୁ ସେମାନଙ୍କୁ ମାତ୍ର ୪୦ ମିନିଟ୍ ସମୟ ଲାଗିଥିଲା। ଏହି ୪୦ ମିନିଟ୍ ରେ ଉଭୟ ଜୀବନବ୍ୟାପୀ ପରସ୍ପରକୁ ସାଥ ଦେବା ଲାଗି ସହମତ ହୋଇଯାଇଥିଲେ।

Share

Leave a Reply

Your email address will not be published. Required fields are marked *

four × four =