ମଦ ପାଇଁ ଅଭିନୟଠାରୁ ଦୂରେଇ ରହିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ

ମୁମ୍ବାଇ() ଅଭିନେତ୍ରୀ ଶ୍ରୁତି ହାସନ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ହେବା ସହ ବଲିଉଡ୍ ସିନେମାରେ ମଧ୍ୟ କାମ କରିସାରିଛନ୍ତି।

ନିକଟରେ ଶ୍ରୁତି ଏମିତି କିଛି କହିଛନ୍ତି, ଯାହା ଶୁଣି ସିନେପ୍ରେମୀ ତଥା ତାଙ୍କ ପ୍ରଶଂସକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ଏକଦା ଶ୍ରୁତିଙ୍କର ମଦ ପିଇବା ଅଭ୍ୟାସରେ ପରିଣତ ହୋଇଥିଲା। ଏହାର ପ୍ରଭାବ ତାଙ୍କ ଅଭିନୟ କ୍ୟାରିୟର ଉପରେ ମଧ୍ୟ ପଡିଥିଲା। ଏତେ ମାତ୍ରାରେ ମଦ ପିଉଥିଲେ ଯେ, ଅସୁସ୍ଥ ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ତେଣୁ ସେ କିଛି ଦିନ ପର୍ୟ୍ୟନ୍ତ ଅଭିନୟରୁ ଦୂରେଇ ଯାଇଥିଲେ। ଗତ ବର୍ଷଠାରୁ ସେ ସମ୍ପୂର୍ଣ୍ଣଭାବେ ମଦଠାରୁ ଦୂରେଇ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

twenty − nine =