ବାଲାକୋଟ୍ ସତ ଲୁଚାଉଛି ପାକିସ୍ତାନ

ପୁଲୱାମା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷାଦେବାକୁ ବାଲାକୋଟରେ ଜୈସ୍ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ କରିଥିଲା ଏୟାରଷ୍ଟ୍ରାଇକ୍ । ହେଲେ ସାରା ବିଶ୍ୱଠାରୁ ସତ ଲୁଚାଉଛି ପାକିସ୍ତାନ । କେବଳ ସେତିକି ନୁହଁ ପଡୋଶୀ ରାଷ୍ଟ୍ର ଗୁଡିକୁ ଏହାକୁ ନେଇ ଭ୍ରମିତ କରିବାକୁ ଉଦ୍ୟମ କରୁଛି ପାକ୍ । ପାକିସ୍ତାନର ସୁରକ୍ଷା ଅଧିକାରୀ , ଏୟାରଷ୍ଟ୍ରାଇକ୍ ହୋଇଥିବା ଅଂଚଳକୁ ଯିବାକୁ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବାରଣ କରୁଛି । ସୂଚନା ଅନୁସାରେ ରଏଟରର ଏକ୍ ଟିମ୍ କ୍ଷତିଗ୍ରସ୍ତ ବାଲାକୋଟ୍ ଅଂଚଳକୁ ଯିବାକୁ ଉଦ୍ୟମ କରିଥିବା ବେଳେ ପାକିସ୍ତାନ ଏହାର ଅନୁମତି ଦେଇନଥିଲ।। ଗତ ୯ ଦିନ ମଧ୍ୟରେ ତୃତୀୟ ଥର ପାଇଁ ବାଲାକୋଟରେ ପହଞ୍ଚିଥିଲେ ରଏଟର୍ସ ର ସାମ୍ୱାଦିକ ।

ଯେଉଁ କୋଠା ଗୁଡିକୁ ଜୈସ୍ ମଦ୍ରାସା ଭାବେ ବ୍ୟବହାର କରି ଆତଙ୍କୀ ଟ୍ରେନିଂ ଦେଉଥିଲା , ସେଠାକୁ କୌଣସି ମିଡିଆକୁ କିନ୍ତୁ ଯିବାକୁ ଦେଉନି ପାକିସ୍ତାନ । ବାଲାକୋଟର କ୍ଷତିଗ୍ରସ୍ତ ଅଂଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ କଡା ପହରା ଦେଉଛନ୍ତି ପାକ୍ ସେନା । ଯେପରିକି କେହି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋର ବାସ୍ତବ ତଥ୍ୟ ନପାଆନ୍ତୁ । ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, ଭାରତ ଦାବି କରିଥିଲା ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ୍ ହୋଇଥିଲେ । ତେବେ ପାକ୍ ଏହାକୁ ଖଣ୍ଡନ କରିବା ସହ , ନିଜ ଇଛା ଅନୁସାରେ ଫଟୋ ଗଣମାଧ୍ୟମକୁ ଦେଇ, କିଛି ବି କ୍ଷତିହୋଇନଥିବା ଜଣାଇବାକୁ ଉଦ୍ୟମ କରୁଛି ।

Share

Leave a Reply

Your email address will not be published. Required fields are marked *

17 − 4 =