ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୧୮ ନୂଆ, ୩ ଜଣଙ୍କ ପଦୋନ୍ନତି!

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବସିବ । ମୋଦିଙ୍‌କ ମନ୍ତ୍ରୀ ମଣ୍ଡଳରେ ହେବ ସଂପ୍ରସାରଣ । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୧୮ଜଣ ନୂଆ ନେତାଙ୍କୁ ସ୍ଥାନ ମିଳିବାକୁ ଥିବା ବେଳେ ୩ଜଣଙ୍କ ପଦୋନ୍ନତି ହେବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ନିକଟକୁ ୧୮ଜଣ ନୂଆ ନେତାଙ୍କ ନାମ ଯାଇଥିବା ସୂଚନା ମିଳିଛି । ଜ୍ୟୋତିରାଦିତ୍ୟ ସିଦ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଏବଂ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବଙ୍କ ନାମ ଯାଇଥିବା ଶୁଣିବାକୁ ମିଳୁଛି । ରାଷ୍ଟ୍ରମନ୍ତ୍ରୀ ଥିବା ୩ଜଣଙ୍କୁ କ୍ୟାବିନେଟ ପାହାଁ ମିଳିବା ସୂଚନା ।

Share

Leave a Reply

Your email address will not be published. Required fields are marked *

twelve + 2 =