ସୋନାକ୍ଷୀଙ୍କ ଗିରଫ ଉପରେ ରୋକ୍ ଲଗାଇଲା ହାଇକୋର୍ଟ

ବଲିଉଡ଼ର ଦବଙ୍ଗ ଗର୍ଲ ସୋନାକ୍ଷୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଠକ ମାମଲାରେ ଇଲହାବାଦ୍ ହାଇକୋର୍ଟ ଅଭିନେତ୍ରୀଙ୍କ ଗିରଫକୁ ଏବେ ଅଟକାଇଛି। କୋର୍ଟରେ କୁହାଯାଇଛି ଏହି ମାମଲା ସିଭିଲ ଡିପାର୍ଟମେଣ୍ଟର ତାହାକୁ ସେହି ଭାବରେ ତଦନ୍ତ କରାଯିବ।

ଖବର ମୁତାବକ, ସୋନାକ୍ଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମମଲାର ସଂପୂର୍ଣ୍ଣ ଯାଞ୍ଚ ନହେଲା ପର୍ୟ୍ୟନ୍ତ ତାଙ୍କର ଗିରଫ ଉପରେ କୋର୍ଟ ରୋକ ଲଗାଯାଛି। ଅଦାଲତ ସୋନାକ୍ଷୀଙ୍କୁ ମାମଲାର ତଦନ୍ତରେ ସହଯୋଗ କରିବାକୁ କହିଥିବା ବେଳେ ଆବଶ୍ୟକ ସ୍ଥଳରେ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦେଇଛି।
ଆପଣଙ୍କୁ କହିବାକୁ ଚାହିଁବୁ, ସୋନାକ୍ଷୀଙ୍କ ବିରୋଧରେ ୩୦ ସେପ୍ଟେମ୍ବର ୨୦୧୮ ମସିହାରେ ଏକ କାର୍ୟ୍ୟକ୍ରମରେ ସାମିଲ ନହେବା ନେଇ ଅଭିଯୋଗ ଆସିଥିଲା। ଏହି କାର୍ୟ୍ୟକ୍ରମ ପାଇଁ ସୋନାକ୍ଷୀ ଆଡଭାନ୍ସ ୩୭ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଠିକ୍ ସମୟରେ କାର୍ୟ୍ୟକ୍ରମରେ ସାମିଲ ହୋଇନଥିଲେ। ଏହାଛଡ଼ା ସୋନାକ୍ଷୀ ମଧ୍ୟ ମୁରାଦାବାଦର କଟଘର ପୋଲିସ ଷ୍ଟେସନରେ ୨୨ ଫେବ୍ରୁଆରୀକୁ କିଛି ଘଟଣାକୁ ନେଇ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

Share

Leave a Reply

Your email address will not be published. Required fields are marked *

eighteen − six =