ସମ୍ ଅଲ୍ଟିମେଟ ମେଡିକେୟାରର ବିରଳ ଅସ୍ତ୍ର୍ରୋପଚାର

ଭୁବନେଶ୍ୱର() ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ର୍ରୋପଚାର । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟୁ୍ୟମରକୁ ଆଧୁନିକ ଅସ୍ତେ୍ରାପଚାର ଦ୍ୱାରା ସଫଳତାର ସହ ବାହାର କରାଗଲା । ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍ ଇନ୍ଭାସିଭ୍ ମେଥଡ୍ ଦ୍ୱାରା ଏହା କରାଯାଇପାରିଛି ।

ପଂଚାନନ ପାଣିଗ୍ରାହୀ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ଏକ ଟୁ୍ୟମର୍ ସୃଷ୍ଟି ହୋଇଥିଲା । ଏହା ଗନ୍ଧ ବାରିପାରୁଥିବା ନର୍ଭ ସହିତ ଜଡିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଉଥିଲା । ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍ଟି ଆଣ୍ଡ ସ୍କଲ୍ ବେଶ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ୍ ଏଣ୍ଡୋସ୍କୋପିକ୍ ଓ ସ୍କଲ୍ ବେଶ ସର୍ଜରୀ ଦ୍ୱାରା ଏହି ଟୁ୍ୟମରକୁ ବାହାର କରିବାରେ ସଫଳ ହୋଇଥିଲେ । ସଂପୃକ୍ତ ରୋଗୀ ଜଣକଙ୍କ ନାକରୁ ରକ୍ତ ବାହାରୁଥିଲା, ମୁଣ୍ଡ ବିନ୍ଧୁଥିଲା ଏବଂ ସେ  ଗନ୍ଧ ମଧ୍ୟ ବାରି ପାରୁନଥିଲେ । ଏହି ସମସ୍ୟା ନେଇ ଚିକିତ୍ସା ନିମନ୍ତେ ସେ ଡଃ ସାହୁଙ୍କ ନିକଟକୁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତୁରନ୍ତ ଅପରେସନ୍ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଏହି ବିରଳ ପ୍ରକ୍ରିୟାରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲ୍ଫ ବଲ୍ ଆକାରର ଟୁ୍ୟମର୍ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରାଯାଇଥିଲା । ଏହାକୁ ଗ୍ଲୋମାନ୍ଜିଓପେରିସାଇଟୋମା ଅଥବା ଜିପିସି ବୋଲି ମଧ୍ୟ କୁହାଯାଏ । ଏହି ଟୁ୍ୟମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଏବଂ ଠିକ୍ ଭାବେ ଏହାକୁ କଢ଼ା ନ ଗଲେ ରୋଗୀ ପାଇଁ ଅନେକ ବିପଦ ଦେଖାଦେଇଥାଏ ବୋଲି ଡଃ ସାହୁ କହିଛନ୍ତି । ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟୁ୍ୟମରଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟୁ୍ୟମରର ମାତ୍ରା ମାତ୍ର ୦.୫ % ଅଟେ ବୋଲି ଜଣାପଡିଛି ।

ଡଃ ସାହୁ କହିଛନ୍ତି ଯଦିଓ ପୂର୍ବରୁ ଓପନ୍ ଏକ୍ସଟ୍ରା ନାଜାଲ୍ ପଦ୍ଧତିରେ ଚିକିତ୍ସା କରାଯାଉଥିଲା ତେବେ ଏହା ଖୁବ୍ ବିପଦସଙ୍କୁଳ ଥିଲା । ବର୍ତମାନ ଅତ୍ୟାଧୁନିକ ମିନିମଲ୍ ଇନ୍ଭାସିଭ୍ ଏଣ୍ଡୋସ୍କୋପିକ୍ ଚିକିତ୍ସା ଦ୍ୱାରା ଏହାର ଚିତ୍ର ବଦଳିଛି । ବିନା ଦାଗରେ ସର୍ଜରି କରାଯାଉଛି ଏବଂ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି । ହାତ ଗଣତି ସ୍କଲ ବେଶ୍ ସର୍ଜନ୍ଙ୍କ ମଧ୍ୟରେ ଡଃ ସାହୁ ଅନ୍ୟତମ । ସେ ପୂର୍ବରୁ ମଧ୍ୟ ଏଭଳି ଅନେକ ବିରଳ ଅସ୍ତ୍ର୍ରୋପଚାର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 18 =