ରାଜଧାନୀରୁ ଆଉ ୩୨୯ ପଜିଟିଭ

ଭୁବନେଶ୍ବର() ଆଜି ବି ଭୁବନେଶ୍ୱରରୁ ୩୨୯କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୦ ଓ ସ୍ଥାନୀୟ ଅଞ୍ଚଳରୁ ୨୧୯ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୪୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୮୭୬ କୁ ବୃଦ୍ଧି ପାଇଛି ।

ମୋଟ ୨୨ ହଜାର ୮୭୬ ପଜିଟିଭ ମଧ୍ୟରୁ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୯ ହଜାର୨୫୫ ଜଣ ସୁସ୍ଥ ଓ ୩,୫୦୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

15 − 9 =