ସରିଲା ଶିବ ବିବାହ

ଭୁବନେଶ୍ୱର: ମହାଦେବ ଓ ପାର୍ବତୀଙ୍କ ଦେବବିବାହ ସମ୍ପନ୍ନ ହୋଇଥିବାବେଳେ ଆଜି ଯୁଗଳ ମୂର୍ତ୍ତି ଦର୍ଶନ ଦେଇଛନ୍ତି । ଲଗ୍ନ ଅନୁସାରେ ରାତି ୩ଟାରେ ଦେବ ବିବାହ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ । ମହାଦେବ ଭୋଳାନାଥଙ୍କ ସହ ଗିରିଜା ନନ୍ଦିନୀଙ୍କ ବିବାହ ସମ୍ପନ୍ନ ହୋଇଛି । ବୈଦିକ ରୀତିରେ ପଡ଼ିଛି ହାତଗଣ୍ଠି । ମଙ୍ଗଳରାତି ବୁଧ ପାହାନ୍ତି ପବିତ୍ର ବେଳାରେ ସମ୍ପନ୍ନ ହୋଇଛି ବିବାହ । ରାଜ୍ୟର ସମସ୍ତ ଶୈବ ପୀଠରେ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହୋଇଥିଲା । କେବଳ ପରମ୍ପରା ବଜାୟ ରଖିବା ଲାଗି ବିବାହ ନୀତି କରାଯାଇଛି । ଚଳିତ ବର୍ଷ ବାଣ ନାହିଁ କି ରୋସଣୀ ନାହିଁ ।

Share

Leave a Reply

Your email address will not be published. Required fields are marked *

nineteen − 6 =