ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା

ଯାଜପୁର: ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିବା ଜଣେ ଯୁବକ ଓ ତାର ଜଣେ ସହଯୋଗୀକୁ ସ୍ଥାନୀୟ ଲୋକେ କାବୁକରି ପୁଲିସ୍କୁ ହନ୍ତାନ୍ତର କରିଛନ୍ତି । ପୁଲିସ୍ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଳକ ତଥା ମଙ୍ଗଳପୁର ଥାନା ଅଧୀନ କନିକାପଡା ପଞ୍ଚାୟତ ମାନସିଂହପୁର ପାଟଣା ଗ୍ରାମରେ ।

ବିିଞ୍ଝାରପୁର ଥାନା ସହୀଦପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ କୌଣସି କାରଣରୁ ସେମାନଙ୍କ ପ୍ରେମରେ ବିଚ୍ଛେଦ ହୋଇଯାଇଥିଲା । ହେଲେ ହତାସିଆ ପ୍ରେମିକ ମନରେ ରହିଥିଲେ ପ୍ରେମିକା । ଯୁବତୀ ଜଣଙ୍କ ମଙ୍ଗଳବାର ମାନସିଂହପାଟଣା ଗାଁକୁ ଯାଇଥିଲେ । କୌଣସି ସୂତ୍ରକରୁ ଖବର ପାଇବା ପରେ ପ୍ରେମିକ ଜଣକ ତାଙ୍କର ଜଣେ ସାଙ୍ଗ ସହ ସେଠାକୁ ଦେଖା କରିବାକୁ ଯାଇଥିଲେ । ତେବେ ଗାଁରେ ଚକ୍କର କାଟୁଥିବା ଯୁବକଙ୍କୁ ଦେଖି ରାଗି ଯାଇଥିଲେ ଗାଁ ଲୋକେ ।

ସେପଟେ ପ୍ରେମିକା ସହ କଥା କଟାକଟି ହେବାରୁ ଉଭୟଙ୍କ ମଧ୍ୟରେ ଗାଁ ଦାଣ୍ଡରେ ଝଗଡ଼ା ହୋଇଥିଲା । ଶେଷରେ ଗାଁ ଲୋକେ ପ୍ରେମିକ ଓ ତାଙ୍କ ସାଙ୍ଗକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

ten + 14 =