୫ଦିନ ଗଞ୍ଜାମ ସହରାଞ୍ଚଳ ସଟଡ଼ାଉନ

ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଛି । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି ଏନଏସି ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ।

ସଟଡ଼ାଉନ ସମୟରେ ଘରଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ । ଏଥିପାଇଁ ୨୦୦ଟି ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଗଠନ କରାଯାଇଛି । ସବୁ ଟିମରେ ଜଣେ ଜଣେ ଡାକ୍ତର ରହିବେ । ଆଜି ଯାଏ ଜିଲ୍ଲାରେ ୪୨୪ କରୋନା ଯୋଦ୍ଧା ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × one =