ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ () ମହାରାଷ୍ଟ୍ର ରାଜନୀତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ।ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ବହୁମତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରି ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବହୁମତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଫ୍ଲୋର ଟେଷ୍ଟରେ କୌଣସି ଗୁପ୍ତ ମତଦାନ ହେବ ନାହିଁ । ଅର୍ଥାତ ଖୋଲାଖୋଲି ଭୋଟ୍ ଦେବେ ବିଧାୟକ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଗତକାଲି ରାୟକୁ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ । ବିନା ସଂଖ୍ୟା ଗରିଷ୍ଠତାରେ ଫଡନଭିସ୍ ସରକାର ଗଠନ କରିଥିବା ଅଭିଯୋଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶିବସେନା-ଏନସିପି ଓ କଂଗ୍ରେସ । ତୁରନ୍ତ ବିଧାନସଭାରେ ବହୁମତ ପରୀକ୍ଷା ଦାବି କରିଥିଲେ ଏହି ତିନି ଦଳ ।

Share

Leave a Reply

Your email address will not be published. Required fields are marked *

17 − eleven =