ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ଲକ୍ଷ ଟଙ୍କା ଦାନ କଲା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ

ଭୁବନେଶ୍ୱର ()କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାର୍ତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହା ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି ଭବାନୀପାଟଣା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ । କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ଲକ୍ଷ ଟଙ୍କା ଦାନ କଲା ସେଣ୍ଟ୍ରାଲ କୋଅପୋରେଟିଭ ବ୍ୟାଙ୍କ । ଏହି ବ୍ୟାଙ୍କର ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଙ୍ଗଦେଓଙ୍କ ବଡ଼ ଭାଇ ଜିତେନ୍ଦ୍ର ନାରାୟଣ ସିଙ୍ଗଦେଓ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନିଜର ୩ମାସର ଦରମା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ଦରମା ଦେବାକୁ ଆହ୍ୱାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

14 + 8 =