‘ଏକାମ୍ର କ୍ଷେତ୍ର’ ଦେବ ଆଇ ଲଭ୍ ଭୁବନେଶ୍ବରର ପରିଚୟ

ଭୁବନେଶ୍ବର (): ଶୋଭା ପାଇବ ଏକାମ୍ର ପ୍ଲାଜା, ପୁରୁଣା ଭୁବନେଶ୍ବରର ଦ୍ବାରଦେଶରେ ନିର୍ମିତ ହେଉଛି ଏହି ପ୍ଲାଜା, ଯାହା ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ହେବ ଏକ ସ୍ବତନ୍ତ୍ର ଆକର୍ଷଣ । ନିର୍ମିତ ହେଉଥିବା ପ୍ଲାଜାଟି ସହର ଏବଂ ପୁରୁଣା ଭୁବନେଶ୍ବରର ସଂଗମ ସ୍ଥଳରେ ଅବସ୍ଥିତ । ଏହା ମନ୍ଦିରମୟୀ ନଗରୀ ଏବଂ ୫.୮ କି.ମି ଲମ୍ବର ସ୍ମାର୍ଟ ଜନପଥକୁ ସଂଯୋଗ କରୁଛି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଏହା ଏକ ଅବଦାନ ଯାହା ଆଧୁନିକ ଏବଂ ସୃଜନ ଢଙ୍ଗରେ ହୋଇ ଏକ ‘ଲିଭେବଲ୍ ସିଟି’ର ପରିଚୟ ଦେଇଛି ।

ଏକାମ୍ର ପ୍ଲାଜା ନିକଟରେ ନାଗରିକଙ୍କ ଚିତବିନୋଦନ ସହିତ ଆଲୋକ ସଜାକୁ ଉପଭୋଗ କରିପାରିବେ ଶିଶୁମାନେ ଏହା ସାଙ୍ଗକୁ ସୁନ୍ଦର ପୁଷ୍ପବୃକ୍ଷର ସମାହାର ମଧ୍ୟ ମାନ ବର୍ଦ୍ଧନ କରିବ । ଆଉ କିଛି ଦିନ ମଧ୍ୟରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏହିପରି ଏକ ନିର୍ମାଣ କରାଯାଇ ସୈାନ୍ଦର୍ଯ୍ୟସ୍ଥଳୀର  ଶୋଭା ପାଇବ । ଯାହା ‘ଆଇ ଲଭ୍ ଭୁବନେଶ୍ବର’ ର ପରିଚୟ ପାଇବ । ଯୁବ ବର୍ଗଙ୍କୁ ସହର ସହିତ ଯୋଡିବାର ପ୍ରୟାସ ସ୍ବରୂପ ଏହି ପ୍ରକଳ୍ପର ଉଦେଶ୍ୟ । ତେବେ ଏହିପରି ପଦକ୍ଷେପ କଳା ଐତିହ୍ୟ ପୂର୍ଣ୍ଣ ସହର ଭୁବନେଶ୍ବରକୁ ଆଧୁନିକତାର ସୃଜନଶୀଳତାକୁ କିପରି ଖାପଖୁଆଇ ଚାଲିଛି ତାହା ପ୍ରତୀୟମାନ ହେଉଛି ।

ଅଷ୍ଟ୍ରେଲିଆର ୟେଙ୍କେନଙ୍କ୍ ଦ୍ବାରା ସୃଜନଶୀଳ ସହରର ପରିକଳ୍ପନା ୧୯୮୮ ରେ କରାଯାଇଥିଲା । ପରବର୍ତୀ ସମୟରେ ସମଗ୍ର ବିଶ୍ବର ବିଭିନ୍ନ ସହର ନିଜସ୍ବ ଚିନ୍ତାଧାରାରେ ସୃଜନଶୀଳ ସହରର ପରିକଳ୍ପନା କରିଛନ୍ତି । ‘ଦ କ୍ରିୟେଟିଭ୍ ସିଟି’ ଶୀର୍ଷକ ଏକ ଆର୍ଟିକିଲ୍ରେ ୟେଙ୍କେନ୍ ପ୍ରଥମେ ଏହି ବାବଦରେ ଲେଖିଥିଲେ, ଯାହା ସାହିତ୍ୟ ପତ୍ରିକା ମିଂଜିନ ରେ ପ୍ରକାଶ ପାଇଥିଲା । ଯୁବ ଏବଂ ସୃଜନଶୀଳ ବ୍ୟକ୍ତିଙ୍କ ପାଇଁ କ୍ରିୟେଟିଭ୍ସିଟି ସୁଯୋଗ ସୃଷ୍ଟି କରିବା ଦରକାର, ଯଦ୍ବାରା ଏହି ବର୍ଗମାନେ ଭଲରେ ନିଜର କର୍ମନିପୂଣତା ଦେଖାଇ ପାରିବେ ।

ଇଛା ଏବଂ ପରିକଳ୍ପନାରୁ ଆସି ବର୍ତମାନ ସୃଜନଶୀଳ ସହରର ପରିଭାଷା ପ୍ରକୃତ ରୂପ ନେବାକୁ ବସିଲାଣି । ଏହା ନାଗରିକ ଏବଂ ସ୍ଥାନକୁ ସ୍ବତନ୍ତ୍ର ରୂପଦେଇ ସହରୀ ସମସ୍ୟା ଦୂରୀକରଣରେ ସହାଯକ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳତାକୁ ସ୍ଥାନ ଦିଆଯାଇଛି ; ଯାହାକି ସୃଜନଶୀଳ କୋଠା, ରାସ୍ତା, ସ୍ବେରେଜ, ପାର୍କ, ପ୍ରାଚୀର, ପ୍ଲଂଇଓଭର, ମେଡିଆନ୍ ଏବଂ ଖୋଲାସ୍ଥ।।ନ ଇତ୍ୟାଦି ।  ଯୁବ ବର୍ଗଙ୍କ ଅନୁଚିନ୍ତାରେ ଏଗୁଡିକୁ କିପରି ରୂପଦେଇ ହେବ ଏବଂ ଭୁବନେଶ୍ବରରେ ସୃଜନଶୀଳତାର ଛଟା ବଢିବ ତାହାର ପ୍ରୟାସ ଜାରି ରହିଛି ।

ବର୍ତମାନ ପ୍ରାଚୀର ଚିତ୍ରର ଶୋଭା, ଯାହା ସହରର ୮୦ କି.ମି ରାସ୍ତା ପାର୍ଶ୍ବରେ ଅବସ୍ଥିତ, ପବ୍ଲିକ ଶୈାଚାଳୟର କାନ୍ଥ, ସହରର ପାରମ୍ପରିକ ଉତ୍ସବ, ଐତିହ କିର୍ତୀରାଜିର ସୁରକ୍ଷା, ଏକାମ୍ର ୱାକ୍, ସ୍ଥାନୀୟ ଶିଳ୍ପୀଙ୍କ କାରୁକାର୍ଯ୍ୟ ଇତ୍ୟାଦି ସୃଜନଶୀଳ ସହରର ପରିଭାଷା ମଂଡନ କରୁଛନ୍ତି ।

ବର୍ତମାନ ଭୁବନେଶ୍ବର ବିବିଧ ସୃଜନଶୀଳ ପଦକ୍ଷେପ ନେଇଚାଲିଛି । ଯାହାକି ସୂଚନା ପ୍ରଯୁକ୍ତି ଭିତିଭୁମି, ଗମନାଗମନ, ଟ୍ରାପିଂକ୍ ପରିଚାଳନା ଏବଂ ଭବିଷ୍ୟତରେ ହେବାକୁଥିବା ସୈାରଶକ୍ତି ଅମଳ ଜନିତ ପଦକ୍ଷେପ ଇତ୍ୟାଦି । ଆଗାମୀ ଦିନ ଗୁଡିକରେ ଏହା ନାଗରିକଙ୍କୁ ଅନେକ ସୁପଂଳ ଦେବ, ଜନୈକ ନାଗରିକ “ମାଷ୍ଟର ଆପୋଲ” ଏହି ମତ ଦିଅନ୍ତି ।

ବରିଷ୍ଟ ଟୁର୍ ଗାଇଡ୍ “ସତ୍ୟ ସ୍ୱରୁପ ମିଶ୍ରଙ୍କ” ଅନୁଯାୟୀ; ଏ ଅଂଚଳର କାରୁକାର୍ଯ୍ୟ, ସାଂସ୍କୃତିକ ସମ୍ବଳ, କିର୍ତୀରାଜି ସାଙ୍ଗକୁ ବର୍ତମାନର ହେରିଟେଜ୍ ୱାକ୍ ଇତ୍ୟାଦି ଖୁବ୍ ମନ ମୁଗ୍ଧକର । ସହରୀ ସାଂସ୍କୃତିକ ସମ୍ବଳ ମଧ୍ୟରେ ଐତିହ, ଶିଲ୍ପରାଜି, କଳାନିପୂଣତା, ସ୍ଥାପତ୍ୟ କଳା ଏବଂ ସହରର ଶୋଭା ଇତ୍ୟାଦି ଅର୍ନ୍ତଭୁକ୍ତ ।

Share

Leave a Reply

Your email address will not be published. Required fields are marked *

fifteen + 8 =