ଦୁର୍ଗମ ଅଂଚଳରେ ବିକାଶ ପାଇଁ ଆହ୍ୱାନ କଲା ‘ପ୍ରହର’

ଭୁବନେଶ୍ୱର() ଅସହାୟ ଲୋକଙ୍କ ସମସ୍ୟାର ନିଦାନ ପାଇଁ ସମର୍ପିତ ଏକ ଅଣ-ସରକାରୀ ସଂସ୍ଥା, ପ୍ରହର (ପବ୍ଲିକ୍ ରେସ୍ପନ୍ସ ଏଗେନେଷ୍ଟ ହେଲ୍ପଲେସନେସ୍ ଏଣ୍ଡ ଏକସନ୍ ଫର୍ ରିଡ୍ରେସାଲ) ଦୁର୍କୋଭିଡ-୧୯ ବ୍ୟପକତା ପାଇଁ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ଆଶ୍ୱାସନା ଦେବାପାଇଁ ଓ୍ୟୌଦ୍ୟୋଗିକ ବିକାଶ ମାଧ୍ୟମରେ ଦାରିଦ୍ର‌୍ୟ ଦୂରୀକରଣ ନେଇ ଏକ ରାଷ୍ଟ୍ରୀୟ ରଣନୀତି ପ୍ରସ୍ତୁତି କରିବା ପାଇଁ ଆହ୍ୱାନ କରିଛି । ଏହି ଘୋଷଣା, ସଂସ୍ଥା ଦ୍ୱାରା ନିକଟ ଅତୀତରେ କୋଭିଡ-୧୯ କୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ଜୀବନଜୀବିକାର ପୁନରୁଦ୍ଧାର ପାଇଁ ରାଷ୍ଟ୍ରୀୟ ଆନ୍ଦୋଳନ’ର ଏକ ପ୍ରମୁଖ ଅଂଶ ।


ଏହି ଅବସରରେ ପ୍ରହରର ଅଧ୍ୟକ୍ଷ ଏବଂ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଅଭୟ ରାଜ ମିଶ୍ର କହିଛନ୍ତି ଯେ କୋଭିଡ-୧୯ର ଲକ୍ ଡାଉନ୍ ଯୋଗୁଁ ଭରତର ବହୁ ଅଂଚଳରେ ଶ୍ରମିକମାନଙ୍କ ବୀପରିତ ପ୍ରବାସନ ହୋଇଛି । ଏହା ସହିତ ଏହି ରୋଗର ବ୍ୟପକତା ସହରୀ ଅଂଚଳରେ ବହୁମାତ୍ରାରେ ଜୀବିକା ମଧ୍ୟ ନଷ୍ଟ କରିଥିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ସହରୀ ଅଂଚଳରେ ଓ୍ୟୌଦ୍ୟୋଗିକ ବିକାଶ ନେଇ ନିରନ୍ତର ପ୍ରୟାସ ପରିର୍ବେ ଦୂରଦୁରାନ୍ତର ଗ୍ରାମୀଣ ଅଂଚଳରେ ପ୍ରଚୁର ଶ୍ରମବଳ ସହିତ ଶିଳ୍ପସଂସ୍ଥାମାନଙ୍କର ବିସ୍ତାର ତଥା ସ୍ଥାପନା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ସାଂଖିକୀୟ ପ୍ରମାଣ ରହିଛି ଯେ ଏକ ସଂଘଟିତ କ୍ଷେତ୍ର ପ୍ରତ୍ୟକ୍ଷ ରୋଜଗାର ପ୍ରଦାନ କରିବା ସହିତ ଅନଗ୍ରସର ଅଳରେ ପ୍ରାୟତଃ ୧୦ ରୁ ଉର୍ଦ୍ଧ ପରୋକ୍ଷ ରୋଜଗାର ସୃଷ୍ଟି କରିଥାଏ, ଯାହାକି ବିକଶିତ ଅଂଚଳରେ ପ୍ରାୟତଃ ୪ଟି ପରୋକ୍ଷ ରୋଜଗାର ସୃଷ୍ଟି କରିଥାଏ । ଏଥିପାଇଁ ଭାରତ ବର୍ଷ ପାଇଁ ଏହା ଏକ ଉପଯୁକ୍ତ ସମୟ ଯେଉଁଠି ଶ୍ରମିକମାନଙ୍କ ବୀପରିତ ପ୍ରବାସନକୁ ଦୃଷ୍ଟିରେ ରଖି ଓଲଟା ଶିଳ୍ପାୟନ ନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଏହାର ଉଦାହରଣ ସ୍ୱରୂପ ଗୋଟିଏ ସୂଚାରୁ ରୂପରେ ସ୍ଥାପିତ ଏବଂ କାର୍ଯ୍ୟରତ ଓ୍ୟୌଦ୍ୟୋଗିକ ପରିଯୋଜନା ସମ୍ପୂର୍ଣ୍ଣ ଅଂଚଳରେ ସାମାଜିକ – ଆର୍ଥିକ ସ୍ଥ୍‌ିତିର ବିକାଶ କରିପାରେ । ସେ କହିଛନ୍ତି ଯେ, ଏଥିରୁ ଶିଖିବାକୁ ପଡିବ ଏବଂ ଆଗକୁ ବଢିବାକୁ ହେବ ।
ସତ୍ୱା କନ୍ସଲଟିଙ୍ଗ (ଝବଗ୍ଧଗ୍ଧଙ୍ଖବ ଉକ୍ଟଦ୍ଭଗ୍ଦଙ୍କକ୍ଷଗ୍ଧସଦ୍ଭଶ) ଦ୍ୱାରା ଲାଞ୍ଜିଗଡ଼ ଅଂଚଳରେ ବେଦାନ୍ତର ଆଲୁମିନା ରିଫାଇନାରୀ ଏବଂ ନିଜସ୍ୱ ପାୱାର ପ୍ଲାଂଟ ର ସ୍ଥାପନା ଯୋଗୁଁ ସାମାଜିକ କ୍ଷେତ୍ରରେ ଏହାର ପ୍ରଭାବ ନେଇ ବିଶଦ୍ ଅଧ୍ୟୟନ :
ଏକ ସ୍ୱତନ୍ତ୍ର ସାମାଜିକ ପ୍ରଭାବ ରଣନୀତି ପରାମର୍ଶ ଏବଂ କାର୍ଯ୍ୟାନ୍ୱୟନ ସଂସ୍ଥା, ସତ୍ୱା (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଦବଗ୍ଧଗ୍ଧଙ୍ଖବ.ମକ୍ଟ.ସଦ୍ଭ) ଦ୍ୱାରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ କରାଯାଇଥିବା ଅଧ୍ୟୟନ ଦର୍ଶାଇଛି ଯେ ୨୦୦୩ ରେ ବେଦାନ୍ତର ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ତଥା ନିଜସ୍ୱ ପାୱାର ପ୍ଲାଂଟ ର ସ୍ଥାପନା ଯୋଗୁଁ ଅଂଚଳରେ ସାମାଜିକ-ଆର୍ଥିକ ସ୍ଥିତିର ପରିର୍ବନ ହୋଇପାରିଛି । ବିଶ୍ୱର ଅଗ୍ରଣୀ ଖଣିଜ ସଂସାଧନ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ, ବେଦାନ୍ତ କମ୍ପାନୀ ଭାରତର ଆଲୁମିନିୟମ କ୍ଷେତ୍ରର ଏକ ପ୍ରମୁଖ ଉତ୍ପାଦକ ଅଟେ ।
ଏକଦା ଓଡ଼ିଶା ତଥା ଭାରତର ସର୍ବାପେକ୍ଷା ଅନଗ୍ରସର ଅଂଚଳ ରୂପେ ପରିଗଣିତ ହେଉଥିଲା କଳାହାଣ୍ଡି ଜିଲ୍ଲା । ଦାରିଦ୍ର‌୍ୟ ଅନୁପାତ, ସାକ୍ଷରତା, ମୁଣ୍ଡପିଛା ଆୟ, ସଂଯୋଗୀକରଣ, ସୁରକ୍ଷିତ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଏବଂ ଭିିଭୂମି, ଘରୋଇ ସୟ, ବ୍ୟାଙ୍କିଙ୍ଗ ସେବା ତଥା ଶିକ୍ଷାର ପ୍ରସାର ପ୍ରଭୃତି ମାନଦଣ୍ଡରେ ବହୁ ପଛୁଆ ଥିଲା ଏହି ଜିଲ୍ଲା । ୨୦୦୩ ରେ ବେଦାନ୍ତ କମ୍ପାନୀର ସ୍ଥାପନା ପର ଠାରୁ ଏହି ମାନଦଣ୍ଡ ଗୁଡ଼ିକରେ ବିଶେଷ ପରିର୍ବନ ଦେଖାଯାଇଛି ।
ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ଗୋଟିଏ ବୃହତ ଶିଳ୍ପାୟନ ପରିଯୋଜନା କିପରି ପ୍ରମୁଖ ବିକାଶାତ୍ମକ ମାନଦଣ୍ଡକୁ ପ୍ରଭାବିତ କରିପାରେ :
ଜୀବିକା ଉପରେ ପ୍ରଭାବ : ୨୦୦୩ ପୂର୍ବରୁ ଏହି ଅଳରେ କେବଳ ୮୯ଟି କ୍ଷୁଦ୍ର ଶିଳ୍ପାନୁଷ୍ଠାନ ଥିଲା । ବେଦାନ୍ତ ପ୍ରକଳ୍ପର ସ୍ଥାପନା ପରେ ଆଲୁମିନିୟମ ତଥା ଆନୁସଙ୍ଗିକ କ୍ଷେତ୍ରରେ ୬୦ଟି ଫ୍ଲାଏ-ଆସରେ ଇଟା ତିଆରି କାରଖାନା ଏବଂ ୧୦୦ଟି ଆନୁଷଙ୍ଗିକ ଉଦ୍ୟୋଗ ସହିତ ୫୦୦୦ଟି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହୋଇପାରିଛି । ପ୍ରକଳ୍ପ ଦ୍ୱାରା ୧୦୦୦୦ ବିକ୍ରେତା ସୃଷ୍ଟି ହେବା ଯୋଗୁଁ ୧ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ପ୍ରତ୍ୟକ୍ଷ ତଥା ପରୋକ୍ଷ ରୋଜଗାର ମିଳିପାରିଛି । ଏହା ସହିତ ୬୦୦ଟି ନୂତନ ଏମ.ଏସ.ଏମ.ଇ ଦ୍ୱାରା ୬୦୦୦ଟି ରୋଜଗାର ସୃଷ୍ଟି ହେବା ସହିତ ବେଦାନ୍ତ ପ୍ରକଳ୍ପ ଦ୍ୱାରା ୧୦୦ଟି ଶିଳ୍ପୀକାରଙ୍କୁ ଜୀବିକା ସହାୟତା ସହିତ ୩୦୦୦ଜଣ ମହିଳା ଆର୍ଥିକ-ଆତ୍ମନିର୍ଭର ହୋଇପାରିଛନ୍ତି ।
ଶିକ୍ଷା ଉପରେ ପ୍ରଭାବ : ୨୦୦୩ ପୂର୍ବରୁ ଲାଞ୍ଜିଗଡ଼ ଅଳରେ କୌଣସି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନଥିଲା । ବେଦାନ୍ତ ଦ୍ୱାରା ଅଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସ୍ଥାପନା ହେବା ପରେ ର୍ବମାନ ଏଠାରେ ୧୨୦୦ ଜଣ ଶିକ୍ଷାର୍ଥୀ ଅଧ୍ୟୟନରତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଉର୍ଦ୍ଧ ସ୍ଥାନୀୟ ଗୋଷ୍ଠୀ ସମୁଦାୟ ଥିବା ବେଳେ ୧୦ ପ୍ରତିଶତ କର୍ମଚାରୀଙ୍କ ପରିବାରର ସଦସ୍ୟ ଅଟନ୍ତି । କଳାହାଣ୍ଡି ଜିଲ୍ଲାରେ ସାକ୍ଷରତା ହାର ୨୦୦୧ ରେ ୩୮.୪% ବୃଦ୍ଧି ପାଇ ୨୦୧୧ ମସିହାରେ ୫୦.୯%ରେ ପôହପାରିଛି । ପ୍ରାୟତଃ ୪୦୦୦୦ ଜଣ ଶିଶୁ ଏବଂ ଯୁବକ-ଯୁବତୀ ଗୁଣବାପୂର୍ଣ୍ଣ ଶିକ୍ଷା, କେରିଅର କାଉନ୍ସେଲିଂ ଏବଂ ମଧ୍ୟାହ୍ନ ଭୋଜନ ପ୍ରଭୃତି ସୁବିଧା ପାଇପାରିଛନ୍ତି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଭାବ : ଜିଲ୍ଲାରେ ବେଦାନ୍ତ ଦ୍ୱାରା ସ୍ଥାପିତ ଡାକ୍ତରଖାନା ଏବଂ କମ୍ପାନୀର ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ତଥା ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଯୋଗୁଁ ମ୍ୟାଲେରିଆର ପ୍ରସାର ବହୁଳ ମାତ୍ରାରେ କମ ହୋଇଛି । ସ୍ୱାସ୍ଥ୍ୟ ସେବାରେ ବିକାଶ ଯୋଗୁଁ ଜିଲ୍ଲାରେ ଗୋଷ୍ଠୀ ସମୁଦାୟ ଦ୍ୱାରା ଘରୋଇ ଚିକିତ୍ସା ପରିର୍ବେ ଆଧୁନିକ ଚିକିତ୍ସା ପ୍ରତି ଆଶା ଏବଂ ବିଶ୍ୱାସ ବୃଦ୍ଧି ପାଇଛି । ବେଦାନ୍ତ ଡାକ୍ତରଖାନାକୁ ବାର୍ଷିକ ପ୍ରାୟତଃ ୬୦,୦୦୦ରୁ ଉର୍ଦ୍ଧ ରୋଗୀ ଆସୁଥିବା ବେଳେ କମ୍ପାନୀ ଦ୍ୱାରା ପରିଚାଳିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଯୋଗୁଁ ଗ୍ରାମୀଣ ଅଳରେ ପ୍ରାୟତଃ ୯୦,୦୦୦ରୁ ଉର୍ଦ୍ଧ ଲୋକ ଉପକୃତ ହୋଇପାରିଛନ୍ତି । ବେଦାନ୍ତ ଶିଶୁ ବିକାଶ ତଥା ମହିଳା ସଶକ୍ତିକରଣ ସକାଶେ ୪୦୦ଟି ନନ୍ଦ ଘର (ଅଙ୍ଗନବାଡି କେନ୍ଦ୍ର) ବିକାଶ କରିବା ସହିତ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ୧୦୦ କୋଟି ଟଙ୍କା ନିବେଶ କରିଛି ।
ଭିିଭୂମି ବିକାଶ ନେଇ ପ୍ରଭାବ : ବେଦାନ୍ତ ପ୍ରକଳ୍ପର ପରିଚାଳନା ପରଠାରୁ ଜିଳ୍ଲା ମୁଖ୍ୟାଳୟ ସହିତ ଗ୍ରାମୀଣ ଦୂର ଦୁରାନ୍ତ ଅଳର ସଂଯୋଗୀକରଣ କ୍ଷେତ୍ରରେ ପରିର୍ବନ ଦେଖାଦେଇଛିି । ବେଦାନ୍ତ ଏବଂ ସରକାରଙ୍କର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ଠାରୁ ମୁନିଗୁଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମ୍ଭବପର ହୋଇଛି, ଯାହାକି ପୂର୍ବରୁ କେବଳ ସରକାରଙ୍କ ଦ୍ୱାରା ନିର୍ମିତ ରାଜ୍ୟ ରାଜପଥ ସହିତ ଜଡ଼ିତ ଥିଲା ।
ସ୍ୱଚ୍ଛତା କ୍ଷେତ୍ରରେ ବିକାଶ : ବେଦାନ୍ତ ୫୦୦୦ରୁ ଉର୍ଦ୍ଧ ଶୌଚାଳୟ ନିର୍ମାଣ କରିବା ସହିତ ୫୦୦୦ଟି ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ସୁବିଧା ଯୋଗାଇ ଦେଇଛି । ଏହା ବାହ୍ୟ ମଳ ମୁକ୍ତ ପରିବେଶ ଗଠନ କରିବାରେ ସହାୟତା ପ୍ରଦାନ କରିବା ସହିତ କଳାହାଣ୍ଡି ଜିଲ୍ଲାର ୬ଟି ଗ୍ରାମ ପଂଚାୟତକୁ ବାହ୍ୟ ମଳମୁକ୍ତ ଘୋଷିତ ହେବାରେ ଏକ ପ୍ରମୁଖ ଯୋଗଦାନ ଦେଇଛି ।
ପରିବେଶ ଉପରେ ପ୍ରଭାବ : ବାୟୁ, ଜଳ ଏବଂ କଠିନ ବର୍ଜ୍ୟବସ୍ତୁ ପ୍ରବନ୍ଧନ ଦ୍ୱାରା ବେଦାନ୍ତ ପାଶ୍ୱର୍ର୍ବୀ ଅଂଚଳ ରେ ବାୟୁ ଏବଂ ଜଳର ଗୁଣବାକୁ ବଜାୟ ରଖିଛି । ୧୦୦ ପ୍ରତିଶତ ଫ୍ଲାଏ-ଆସକୁ କମ୍ପାନୀ ଇଟା ତିଆରି ଏବଂ ନିର୍ମାଣ କ୍ଷେତ୍ରରେ ବିନିଯୋଗ କରିଥାଏ । ୬.୫ ଲକ୍ଷରୁ ଉର୍ଦ୍ଧ ବୃକ୍ଷ ରୋପଣ ଦ୍ୱାରା ଲାଞ୍ଜିଗଡ଼ ଅଂଚଳ କୁ ସବୁଜିମା ମୟ ରଖିବା ସହିତ ଲାଞ୍ଜିଗଡ଼ ଅଂଚଳ କୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ବେଦାନ୍ତ ପ୍ରକଳ୍ପ ।
ଏହି ଅଧ୍ୟୟନ କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଲାଞ୍ଜିଗଡ଼, ଥଆମୂଳ, ରାମପୁର, ନର୍ଲା, କେସିଙ୍ଗା, ଗୋଲାମୁଣ୍ଡା ବ୍ଲକରେ ୪୨୦ଟି ପରିବାରଙ୍କଠାରୁ ସଂଗୃହୀତ ତଥ୍ୟ ଉପରେ ପର୍ଯ୍ୟବେସିତ ।

Share

Leave a Reply

Your email address will not be published. Required fields are marked *

4 × four =