ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ମୃତ ଜବାନଙ୍କ ପରିବାରକୁ 5ଲକ୍ଷ ଟଙ୍କା କ୍ଷତିପୂରଣ

ଭୁବନେଶ୍ବର () ଝାରସୁଗୁଡାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଓଡିଶା ସଶସ୍ତ୍ର ବାହିନୀର ଦୁଇ ଜଣ ଜବାନ ପ୍ରଶାନ୍ତ ବେହେରା ଓ ଏସ.ପି ପନ୍ଥ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଏସ.ପି. ପନ୍ଥ ଓଏସଏପି ଦ୍ବିତୀୟ ବାଟାଲିଆନ ଝାରସୁଗୁଡା ଏବଂ ପ୍ରଶାନ୍ତ ବେହେରା ଏସଏସ ତୃତୀୟ ବାଟାଲିଆନ, ଗଜପତିରେ କାର୍ଯ୍ୟ କରୁଥିଲେ । ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମୃତ ଜବାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ 5ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ଏହି ଘଟଣାରେ ଆହତ ଜବାନଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ଯଦି କିଛି ସ୍ଥାୟୀ ଅକ୍ଷମତା ହୁଏ ତେବେ ସେମାନଙ୍କୁ 1ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଆଜି ଝାରସୁଗୁଡା ଗସ୍ତ ପୂର୍ବରୁ ବୁର୍ଲା ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସ୍ବାସ୍ଥାବସ୍ଥା କଥା ପଚାରି ବୁଝିଥିଲେ । ଏଥିସହିତ ମୃତ ଜବାନଙ୍କ ପରିବାରର ଜଣଙ୍କୁ ନିଯୁକ୍ତିର ମଧ୍ୟ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଝାରସୁଗୁଡା ଜିଲ୍ଲା ବେଲପାହାଡ ବାଇପାସ୍ ନିକଟରେ ଆଜି ସକାଳେ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ୟୁଟିରେ ଯାଉଥିବା ବେଳେ ପୋଲିସ ଭ୍ୟାନ୍ ଦୁର୍ଘଟଣା ହୋଇଥିଲା । ପୋଲିସ ଭ୍ୟାନ୍‌କୁ ଧକ୍କା ଦେଇଥିଲା ଏକ ଟ୍ରକ୍ । ଦୁର୍ଘଟଣାରେ ୨ ଯବନଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଯବାନ ଆହତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

20 − six =