ଅବଢ଼ା ଯୋଜନା ପାଇଁ ଖଣ୍ଡୋଲାଇଟ ଖଣି ସଂରକ୍ଷିତ

ଭୁବନେଶ୍ୱର () ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ବିକଶିତ କରିବାକୁ ଆବଶ୍ୟକ ଖଣ୍ଡୋଲାଇଟ ପଥର ପାଇଁ ଛଅଟି ଲଘୁ ଖଣିକୁ ସଂରକ୍ଷିତ ରଖାଯାଇଛି । ଓଡିଶା ଖଣି ନିଗମକୁ ଏହିସବୁ ଖଣି ଲିଜ ଦିଆଯାଇଥିବା ବେଳେ ଏଥିରୁ ଉତ୍ତୋଳିତ ଖଣ୍ଡୋଲାଇଟ ପଥର କେବଳ ପୁର୍ତ୍ତ ବିଭାଗକୁ ଦିଆଯିବ ଏବଂ ଏହା କେବଳ ଐତିହ୍ୟ ସହର ବିକାଶ କାର୍ଯ୍ୟରେ ବ୍ୟବହାର କରାଯିବ ।

ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁରର ଛାଣ୍ଡି ବ୍ଲକ, ଶୁଖୁଆପାହାଡ଼ ଓ ତେଲିଗଡ଼, କଟକର ଗୋବିନ୍ଦପୁର, ଖୋର୍ଦ୍ଧାର କୁରୁମପଡା ଓ କୁଣ୍ଡାକୁଣ୍ଡି ପଥର ଖଣିକୁ ଓଏମସିକୁ ଲିଜ ସୂତ୍ରରେ ଦିଆଯାଇଛି । ଏହିସବୁ ଖଣିରୁ ଉତ୍ତୋଳିତ ସବୁ ଖଣ୍ଡୋଲାଇଟ ପଥର କେବଳ ପୂର୍ତ୍ତ ବିଭାଗ କିମ୍ବା ପୁର୍ତ୍ତ ବିଭାଗ ଦ୍ଵାରା ଅଧିକୃତ ସଂସ୍ଥାକୁ ଦିଆଯିବ । ଏହି ପଥର କେବଳ ପୁରୀର ରୂପାନ୍ତରଣ ପାଇଁ କାର୍ଯ୍ୟରେ ବ୍ୟବହାର ହେବ । ରୂପାନ୍ତରଣ ପାଇଁ ଆବଶ୍ୟକ ନଥିବା ପଥରକୁ ଓଏମସି, ପୁର୍ତ୍ତ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମିଳିତ ସହମତିରେ ଅନ୍ୟତ୍ର ବିକ୍ରି କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

11 + 8 =