ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣକୁ ହାଇକୋର୍ଟର ବିରୋଧ

ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କଲେ ହାଇକୋର୍ଟ ! କହିଲେ, ଜଗନ୍ନାଥ ମନ୍ଦିରକୁ ଛାଡି ଅନ୍ୟ ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରିପାରିବ ଇସ୍କନ ।

ହାଇକୋର୍ଟଙ୍କଠାରୁ ଏହି ନିର୍ଦ୍ଦେଶ ମିଳିବା ପରେ ପୁରୀ ସିପସରୁବାଲିରେ ଇସ୍କନ୍ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣର ବାଟ ଖୋଲିଛି। ୨୦୧୬ରେ ଇସ୍କନ୍ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ କରିବାକୁ ଯୋଜନା ଅନୁମୋଦନ ନେଇଥିଲା। ତେବେ ସେଠାରେ ଦ୍ବିତୀୟ ଜଗନ୍ନାଥ ମନ୍ଦିର କରିବାକୁ ଘୋଷଣା କରିବା ପରେ ଉପୁଜିଥିଲା ବିବାଦ।

ଏହାକୁ ବିରୋଧ କରି ଇସ୍କନ୍ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ପିକେଡିଏ ନୋଟିସ୍ ଉପରେ ରୋକ ଲଗାଇଥିଲେ ବି ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଫେବ୍ରୁଆରି ୨୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ତଥାପି ଏହି ମାମଲା ଥଣ୍ଡା ପଡ଼ିନଥିଲା। ବିବାଦ ଥିବାରୁ ସରକାର ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାମଧ୍ୟରେ ଆରଡିସି ତଦନ୍ତ କରି ତାଙ୍କ ରିପୋର୍ଟ ଦେଇ ସାରିଛନ୍ତି।

ଇତିମଧ୍ୟରେ ଇସ୍କନ୍ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇ ପ୍ରସ୍ତାବିତ ଇସ୍କନ୍ ଟେମ୍ପୁଲ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପିକେଡିଏ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଜଗନ୍ନାଥ ମନ୍ଦିର ବିନା ଅନ୍ୟ ମନ୍ଦିର କଲେ ପିକେଡିଏ ଅନୁମତି ଦେବାରେ ସମସ୍ୟା ରହିବ ନାହିଁ ବୋଲି ଦର୍ଶାଇଛନ୍ତି।

Share

Leave a Reply

Your email address will not be published. Required fields are marked *

2 × 3 =