ନିଜ ପତ୍ନୀଙ୍କୁ ‘ପିଆଜ କାନଫୁଲ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଆକାଶ ଛୁଆଁ ପିଆଜ ଦରକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଧୀରେ ଧୀରେ ଏହାର ଦର ଖସୁଛି। ପିଆଜ ଦର କିଲୋପ୍ରତି ଦେଢ଼ ଶହ ଟପି ଯାଇଥିବା ବେଳେ କିଛି କିଛି ସ୍ଥାନରେ ଏହା ୧୮୦ ଟଙ୍କା ରହିଥିବା ନେଇ ଖବର ଆସିଥିଲା। ସୋଶାଲ୍ ମିଡିଆରେ ପିଆଜକୁ ନେଇ ବିଭିନ୍ନ ପ୍ରକାର ମଜା କଥା ପଢ଼ିବାକୁ ମିଳିଥିବା ବେଳେ ବିବାହ ଆଦିରେ ଏହାକୁ ଉପହାର ଆକାରରେ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ବଲିଉଡ୍ର ଖିଲାଡ଼ୀ କୁମାର ‘ଅକ୍ଷୟ’ ତାଙ୍କ ପତ୍ନୀ ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ପିଆଜର କାନଫୁଲ ଉପହାର ଦେଇଛନ୍ତି। ଆଉ ଏହାର ଫଟୋକୁ ଟ୍ୱିଙ୍କିଲ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଫଟୋଟିକୁ ଶେଆର କରି ସେ ଲେଖିଛନ୍ତି- ‘ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ପ୍ରମୋସନ ପାଇଁ ଅକ୍ଷୟ ଏବଂ କରୀନା କପିଲ ଶର୍ମାଙ୍କ ଶୋ’କୁ ଯାଇଥିଲେ। ସେଠାରେ ଏହି ପିଆଜ ଲଗା କାନଫୁଲକୁ କରୀନାଙ୍କୁ ଦିଆଯାଇଥିଲା। କିନ୍ତୁ ତାଙ୍କୁ ଏହି କାନଫୁଲ ଏତେ ପସନ୍ଦ ଆସିଲା ନାହିଁ। ମୋତେ ପସନ୍ଦ ଆସିବ ଭାବି ଅକ୍ଷୟ ଏଇଟାକୁ ନେଇ ଆସିଛନ୍ତି।” ସେ ଆହୁରି ଲେଖିଛନ୍ତି, “କେବେ କେବେ କିଛି ଜିନିଷ ଛୋଟ ହେଇଥାଏ, ଯାହାକୁ ଦେଖିଲେ ହସଲାଗେ। କିନ୍ତୁ ସେ ସବୁ ହୃଦୟକୁ ଛୁଇଁ ଯାଏ।”

Share

Leave a Reply

Your email address will not be published. Required fields are marked *

one × 2 =