ଆଦିତ୍ୟ ପାଞ୍ଚୋଲୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ()  ଗୋଟିଏ ପରେ ଗୋଟିଏ ବିବାଦରେ ଫସି ଚାଲିଛନ୍ତି ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲୀ । ଅଭିନେତ୍ରୀ କଂଗନା ରଣାୱତ ମାମଲା ରୁଜୁ କରିବା ସହ ପୋଲିସକୁ କହିଛନ୍ତି ଯେ, ଯେତେବେଳେ ସେ ୧୭ ବର୍ଷର ଥିଲେ ପଞ୍ଚୋଲି ତାଙ୍କୁ ଡ୍ରିଙ୍କରେ ଡ୍ରଗ୍ସ ମିଶାଇ ଦେଇଥିଲେ। ପରେ କାରରେ ତାଙ୍କୁ ଦୁଷ୍କର୍ମ କରିଥିଲେ। କଙ୍ଗନାଙ୍କର ଆପତ୍ତିଜନକ ସ୍ଥିତିରେ ଫଟୋ ଉଠାଇ ତାଙ୍କୁ ବ୍ଲାକ୍ମେଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । କଙ୍ଗାନାଙ୍କର ଏହି ବୟାନ ପରେ ମୁମ୍ବାଇ ପୋଲିସ ଅଭିନେତା-ନିର୍ମାତା ପଞ୍ଚୋଲିଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମାଲା ନେଇ ତଦନ୍ତ ଆରମ୍ଭ କରିଛନ୍ତି।

ପର ଦିନ ଦେଖା କରି କହିଥିଲେ ଆମ ଭିତରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଅଛି ଆଉ ଆଗକୁ ସେହିପରି ରହିବାକୁ ପଡିବ । ତେବେ ଅଭିନେତ୍ରୀ ଜଣକ ଅରାଜି ହେବାରୁ କାରରେ ନେଇଥିବା ଫଟୋ ଗୁଡିକ ଦେଖାଇ ବ୍ଲାକମେଲ୍ କରିବାକୁ ଲାଗିଥିଲେ । ଏହା ପରେ ବିଭିନ୍ନ ସମୟରେ ପୀଡିତାଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲେ ଆଦିତ୍ୟ । ଏପରିକି ଏନେଇ ଅଭିଯୋଗ କରିବା ପାଇଁ ପୋଲିସ୍ ଷ୍ଟେସନ୍ ଯାଉଥିବା ସମୟରେ ବିଚ୍ ରାସ୍ତରେ ତାଙ୍କ ଅଟୋ ରଖି ପିଟିଥିଲେ ।ଏହା ପରେ ବ୍ଲାକମେଲ୍ କରି ଏକ କୋଟି ଟଙ୍କା ମାଗିଥିଲେ ପାଞ୍ଚୋଲି । ଆଉ ପୀଡିତା ଅଭିନେତ୍ରୀ ଜଣକ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । ଏହା ପରେ କିଛି ଦିନ ପାଇଁ ତାଙ୍କ ପିଛା ଛାଡିଦେଇଥିଲେ ଆଦିତ୍ୟ ।

Share

Leave a Reply

Your email address will not be published. Required fields are marked *

eight + four =