ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଓଆଇସି

ଲାଞ୍ଚ ନେଇ ଗତକାଲି ୩ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏକ ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶରତ ଥାନା ଓଆଇସି ଘନଶ୍ୟାମ ମଲ୍ଲିକ ଏବ˚ କନେଷ୍ଟବଳ ଡମ୍ବରୁଧର ମୁର୍ମୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୧୨ରେ ବାଲେଶ୍ୱର ନୀଳଗିରି ଥାନା ଅଞ୍ଚଳର ରାଜେନ୍ଦ୍ର ନାୟକଙ୍କ ଓଡ଼ି ୦୧ ୬୦୭୧ ନମ୍ବର ବିଶିଷ୍ଟ ଏକ ଗାଡ଼ିକୁ ଶରତ ଥାନା ପୁଲିସ୍ ଜବତ କରିଥିଲା। ତେବେ ଏହି ଗାଡ଼ିକୁ ଛାଡ଼ିବା ବଦଳରେ ରାଜେନ୍ଦ୍ରଙ୍କ ଠାରୁ ଥାନାଧିକାରୀ ଶ୍ରୀ ମଲ୍ଲିକ ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏଥିରେ ସହଯୋଗ କରିଥିଲେ କନଷ୍ଟେବଳ ଶ୍ରୀ ମୁର୍ମୁ। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ କେସ୍ ନ˚-୪୩/୧୮ କ୍ରମେ ଉଭୟଙ୍କୁ ଗିରଫ କରାଯାଇଛି।

Share

Leave a Reply

Your email address will not be published. Required fields are marked *

eleven + five =