ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର ()  ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି ।

ତେବେ ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ୟ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ଫେବ୍ରୁଆରି ୧୮ରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ । ଆଉ ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ ବୋଲି ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ୧୪ରୁ ୨୯ ଫେବ୍ରୁଆରୀ ଯାଏଁ ଚାଲିବ ପ୍ରଥମ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଚାଲିବାକୁ ଥିବାବେଳେ ୧୧ ମାର୍ଚ୍ଚରୁ ଆରମ୍ଭ, ୯ ଏପ୍ରିଲରେ ପର୍ୟ୍ୟନ୍ତ ଦ୍ୱିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ଚାଲିବ ।

Share

Leave a Reply

Your email address will not be published. Required fields are marked *

nineteen + sixteen =