ମୋଦିଙ୍କ ଦାଢ଼ିକୁ ଦେଶର ଜିଡିପି ସହ ତୁଳନା

ନୂଆଦିଲ୍ଲୀ: ଦେଶର ଜିଡିପି ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାଢ଼ିକୁ ତୁଳନା କଲେ କଂଗ୍ରେସ ନେତା ଶଶୀ ଥରୁର | ସେ ନିଜ ଟ୍ୱିଟର ଆକାଉଣ୍ଟରେ ୨୦୧୭ ରୁ ୨୦୨୦ ପର୍ଯ୍ୟନ୍ତ ଡାଟା ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଜିଡିପି ଡାଟା ସହ ମୋଦିଙ୍କ ୫ଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାଢ଼ି ସାଇଜ ଅଲଗା ଅଲଗା ରହିଛି। ଶଶୀ ଥରୁର ଏହି ଟ୍ୱିଟରେ ଲେଖିଛନ୍ତି, ଏହାକୁ କୁହାଯାଏ ଗ୍ରାଫିକ୍ସ ଇଲୁଷ୍ଟ୍ରେସନ। ଥରୁର ଏହି ଟ୍ୱିଟରେ ୨୦୧୭-୧୮ ର ଚତୁର୍ଥ ତ୍ରୈମାସିକରେ ଭାରତର ଜିଡିପି ୮.୧% ଥିଲା ବୋଲି ଦର୍ଶାଇଛନ୍ତି । ଏହା ୨୦୧୯-୨୦ର ଦ୍ୱିତୀୟ ତ୍ରୈମାସିକରେ ହ୍ରାସ ପାଇ ୪.୫ ପ୍ରତିଶତ ହୋଇଥିଲା । କରୋନା ପାଇଁ ଧିମା ପଡିଯାଇଥିବା ଦେଶର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ଶେଷ ଆଡକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅଭିବୃଦ୍ଧି ହାର ୧.୩ ପ୍ରତିଶତ ଯାଏଁ ପହଞ୍ଚିବା ଆଶା କରାଯାଉଛି ।

ତଥ୍ୟ ଅନୁଯାୟୀ,ଆର୍ଥିକ ବର୍ଷ ୨୦୨୦-୨୧ର ତୃତୀୟ ତ୍ରୟମାସିକରେ ଜିଡିପି ବୃଦ୍ଧି ୦.୪ ପ୍ରତିଶତ ରହିବାର ଅନୁମାନ ରହିଛି ଯାହା ଲଗାତାର ବିକାଶ ଦରରେ ବୃଦ୍ଧି ଦର୍ଶାଇଥାଏ। ପୁରା ବର୍ଷର ଆର୍ଥିକ ବର୍ଷର ଜିଡିପି ବୃଦ୍ଧି ଦର ଶୂନରୁ ତଳକୁ ଖସିପରେ ଅନୁମାନ ରହିଛି। ଦ୍ୱିତୀୟ ଅନୁମାନ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୦-୨୧ରେ ଜିଡିପି ବୃଦ୍ଧି ଦର ମାଇନସ ୮ ପ୍ରତିଶତ ରହିପାରେ।

୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ବାସ୍ତବିକ ଜିଡିପି ୧୩୪.୦୯ ଲକ୍ଷ କୋଟି ରହିପାରେ ବୋଲି ଅନୁମାନ କରାଯାଉଛି। ୨୦୧୧ ଜାନୁଆରୀ ୨୯ ତାରିଖରେ ଜାରି ହୋଇଥିବା ୨୦୧୯-୨୦ର ପ୍ରଥମ ସଂଶୋଧିତ ଅନୁମାନରେ ଦେଶର ଜିଡିପି ୧୪୫.୬୯ ଲକ୍ଷ କୋଟି ରହିପାରେ ବୋଲି ଅନୁମାନ କରାଯାଇଥିଲା। ଠିକ୍ ସେହିଭଳି ୨୦୨୦-୨୧ରେ ଜିଡିପି ବୃଦ୍ଧି ମାଇନସ ୮ ପ୍ରତିଶତ ରହିବାର ଅନୁମାନ ରହିଛି। ୨୦୧୯-୨୦ରେ ଜିଡିପି ବୃଦ୍ଧି ଦର ୪ ପ୍ରତିଶତ ଦର୍ଜ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

16 − seven =