ମା’ ଭଦ୍ରକାଳୀଙ୍କ ପୀଠର ଉନ୍ନତିକରଣ ଆରମ୍ଭ

ଭଦ୍ରକ: ଝଲସିବ ମା ଭଦ୍ରକାଳୀଙ୍କ ମନ୍ଦିର | ଭଦ୍ରକରେ ଅବହେଳିତ ହୋଇ ରହିଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠର ହେବ ଉନ୍ନତିକରଣ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଏକ କୋଟି ଟଙ୍କାର ଯେଉଁ ଅନୁଦାନ ଦେଇଥିଲେ ତାହାର କାର୍ଯ୍ୟକାରିତା ଆରମ୍ଭ ହେବାକୁ ଯାଉଛି ।

ଏଥିପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏକ ସ୍ୱତନ୍ତ ନକ୍ସା ଓ ଡିଜାଇନ ପ୍ରସ୍ତୁତ କରିବା ପରେ ଏହି ପୀଠର ଉନ୍ନତି ପାଇଁ ବୁଧବାର ଶୁଭ ଶିଳାନ୍ୟାସ କରିଛନ୍ତି । ଏଥିରେ ବିଧାୟକଙ୍କ ସହିତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ତଥା ଭଦ୍ରକ ଉପଜିଲ୍ଲାପାଳ ଉପସ୍ଥିତ ରହିଥିଲେ । ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ସେବାୟତଙ୍କ ସହିତ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ ।

ତେବେ ଏହି ପ୍ରାଚୀନ ଶକ୍ତି ପୀଠ ପ୍ରତି ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ଚାରିପାର୍ଶ୍ଵରେ ଆଲୋକୀକରଣ କରାଯିବ । ବେଢା ସୁଦୃଢ଼ କରଣ, ମୁଖଶାଳା ନିର୍ମାଣ ସହିତ ସେଠାରେ ଥିବା ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ, ପାର୍କ ନିର୍ମାଣ, ଅତିଥି ଭବନ ନିର୍ମାଣ ସହିତ ପାରିପାର୍ଶ୍ୱକ ଉନ୍ନତି କରଣ ଭଲ ଭାବରେ କରାଯିବ । ଏଥିପାଇଁ ସବୁ ବ୍ୟବସ୍ଥା ସରିଛି ଓ ଆସନ୍ତା କାଳୀପୂଜା ପୂର୍ବରୁ ଏସବୁ କାମ ଶେଷ ହେବ ବୋଲି ବିଧାୟକ ଓ ସାଂସଦ କହିବା ସହିତ ଏଥିପାଇଁ ସହାୟତା କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 8 =