ମାଷ୍ଟରମାଇଣ୍ଡ ବିବନକୁ ଚିହ୍ନିଲେ ଅଞ୍ଜନା !

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଶେଷ ହୋଇଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ । ଭୁବନେଶ୍ୱର ଝାରପଡା ଜେଲରେ ଏହି ଟିଆଇ ପରେଡ ହୋଇଛି । ଜେଲର ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବିବନ ବିଶ୍ଵାଳର ଟିଆଇ ପରେଡ କରିଛି ସିବିଆଇ ।

୧୧ ଜଣଙ୍କ ମଧ୍ୟରୁ ପ୍ରକୃତ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପୀଡିତା ଅଞ୍ଜନା ମିଶ୍ରଙ୍କୁ କୁହାଯାଇଥିଲା । ଅନ୍ୟପଟେ ଟିଆଇ ପରେଡ ଶେଷ ହେବା ପରେ ଅଞ୍ଜନା ପ୍ରତିିକ୍ରିୟା ଦେଇ କହିଛନ୍ତି ଯେ,ସେ ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ । ଟିଆଇ ପରେଡରେ ସମୟରେ ଅଞ୍ଜନା ମିଶ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳଙ୍କୁ ଚିହ୍ନଟ କରିଥିବା ବିଶେଷ ସୁତ୍ରରୁ ଖବର ମିଳିଛି |

Share

Leave a Reply

Your email address will not be published. Required fields are marked *

19 + 12 =