ପୂଜାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଆସୁଛି ଦଶହରା । ଜଗତ ଜନନୀ ମା ଦୁର୍ଗାଙ୍କ ଆଗମନକୁ ନେଇ ସବୁଠି ଉତ୍ସବ ମୁଖର ହୋଇ ଉଠିଛି । ତେବେ କରୋନା କଟକଣା ଲାଗି ଚଳିତ ବର୍ଷ ପୂଜା ଉପରେ କଟକଣା ଲଗାଯାଇଛି । ତେବେ ଚଳିତବର୍ଷ ପୂଜାରେ କରୋନା କଟକଣା ବାଧକ ସାଜିଥିବାବେଳେ ଏବେ ପୁଣି ବର୍ଷାରେ ଭିଜିବ ପୂଜା ବଜାର । ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ-ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପରବର୍ତୀ ସମୟରେ ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବ । ପରବର୍ତ୍ତୀ ୪-୫ ଦିନ ଯାଏ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଅର୍ଥାତ ୧୫-୧୬ ତାରିଖ ବେଳକୁ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇପାରେ । ଏହାର ପ୍ରଭାବ କ’ଣ ରହିବ, ଏଯାଏ କୌଣସି ଆକଳନ କରାଯାଇ ନାହିଁ । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଆଜି ମାଲକାନଗିରି, କେରାପୁଟ, ରାୟଗଡ଼ା ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

16 − 8 =