ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ରୋଷେୟା ଏବଂ ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚ କ୍ଲିନଚିଟ୍ ଦେଇଥିବାବେଳେ ବିଦ୍ୟାଭାରତୀଙ୍କ ଉପରକୁ ଉଠିଛି ଅଙ୍ଗଳି । ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ । ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ସ୍ଥିତ ଦୌରାଜଜ୍ ଅଦାଲତା ପରିସରରେ ଥିବା ସିଏସଆଇ କାର୍ୟ୍ୟାଳୟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ପାରଳାଖେମୁଣ୍ଡିରେ ପହଂଚି ଚାର୍ଜସିଟ ଦାଖଲ କରିଛନ୍ତି।

ଏସିଏଫ ସୌମ୍ୟ ରଂଜନଙ୍କର ଦେହରେ ନିଆଁ ଲାଗିବା ପରେ ନିଆଁ ଲିଭାଇବାରେ ସାହାଯ୍ୟ କରି ନ ଥିଲେ ବିଦ୍ୟା ଭାରତୀ। ନିଜ ସ୍ୱାମୀଙ୍କୁ ବଞ୍ଚେଇବା ପାଇଁ ସେଭଳି ଉଦ୍ୟମ ମଧ୍ୟ କରି ନଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ କରି ତିନି ଜଣଙ୍କ ମଧ୍ୟରୁ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ।

ଏ ଦୁଇ ଜଣଙ୍କର କୌଣସି ଭୂମିକା ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। କିନ୍ତୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ।ଗତ ଜୁଲାଇ ମାସ ୧୨ ତାରିଖରେ ପାରଳାଖେମୁଣ୍ଡିଠାରେ ଥିବା ନିଜ ସରକାରୀ ବାସଭବନରେ ନିଆଁରେ ପୋଡି ହୋଇ ଯାଇଥିଲେ ସୌମ୍ୟ। ଏହାର ଗୋଟିଏ ଦିନ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ଥାଉକି , ପାରଳାଖେମୁଣ୍ଡି ସରକାରୀ ଘରୁ ଗତ ସୋମବାର ରାତି ୯ଟାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ପୁଅକୁ ନ୍ୟାୟ ଦେବା ପାଇଁ ଦିନ ରାତି ଏକ କରିଦେଇଥିଲେ। ଉଭୟ ସୌମ୍ୟ ଏବଂ ପତ୍ନୀ ବିଦ୍ୟାଙ୍କ ପରିବାର ଲୋକଙ୍କର ବୟାନ୍ ରେକର୍ଡ କରାଯାଇଥିଲା। ଯେଉଁମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା ସେମାନଙ୍କ କଲ୍ ଡିଟେଲକୁ ଯାଞ୍ଚ କରାଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସରକାରୀ ବାସଭବନ ତାଲା ଖୋଲାଯାଇ ତଦନ୍ତ ମଧ୍ୟ କରାଯାଇଥିଲା।। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଖୋଳତାଡ଼ କରିଥିଲା । ସୌମ୍ୟରଂଜନ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗରୁ ତଦନ୍ତ କରୁଥିଲା ପୋଲିସ ।

Share

Leave a Reply

Your email address will not be published. Required fields are marked *

four × two =