ପରୀକ୍ଷା ଖାତାରେ ୧୦୦ ଟଙ୍କା ରଖିଲେ ଫେଲ ହବ ନାହିଁ

ଉତ୍ତର ପ୍ରଦେଶ() ସାଧାରଣରେ ଶିକ୍ଷକମାନେ ପରୀକ୍ଷା ପୂର୍ବରୁ ମନ ଦେଇ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥାନ୍ତି । ହେଲେ ଏବେ ଏମତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପର ଆଶ୍ଚର୍ଯ୍ୟ ହେବେ ।

ମଙ୍ଗଳବାରଠାରୁ ଉତ୍ତର ପ୍ରଦେଶ ସେକେଣ୍ଡାରୀ ଏଜୁକେସନ ବୋର୍ଡ (ୟୁପିଏସଇବି) ଆରମ୍ଭ ହୋଇଛି। ଛାତ୍ରଛାତ୍ରୀଙ୍କୁ ମଉ ଜିଲ୍ଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ପ୍ରବୀଣ ମଲ୍ ପରୀକ୍ଷାରେ ଚିଟିଂ କରିବା ପାଇଁ ଦେଇଥିବା ପରାମର୍ଶର ଭିଡିଓ କ୍ଲିପ ଏବେ ଭାଇରାଲ ହୋଇଛି। ଯେଉଁଥିରେ ପ୍ରିନ୍ସିପାଲ ଉତ୍ତର ଖାତାରେ ୧୦୦ ଟଙ୍କା ଲେଖାଏଁ ରଖିବାକୁ କହିଛନ୍ତି ।

ସେ ଆହୁରି କହିଥିଲେ, ପରୀକ୍ଷା ଦେଲା ବେଳେ ପରସ୍ପର ସହିତ କଥା ହୋଇପାରିବେ। ହେଲେ କେହି କାହାର ହାତକୁ ଛୁଇଁବ ନାହିଁ। ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯେଉଁ ସ୍କୁଲରେ ପରୀକ୍ଷା ଦେବେ ସେହି ସରକାରୀ ସ୍କୁଲର ଶିକ୍ଷକମାନେ ମୋର ସାଙ୍ଗ। ଯଦି ବି କପି କରିବା ବେଳେ ଧରାପଡ଼ିଲ କିମ୍ୱା କେହି ଚାପୁଡ଼ା ମାରନ୍ତି କପି ପାଇଁ ତାହେଲେ ମଧ୍ୟ ଭୟଭୀତ ହେବାର ଆବଶ୍ୟକତା ନାହିଁ।

ଯଦି ଛାତ୍ରଛାତ୍ରୀ ପରୀକ୍ଷା ଖାତାରେ ୧୦୦ ଟଙ୍କା ଲେଖାଏଁ ରଖିବେ ତାହେଲେ ସେମାନେ ଫେଲ୍ ହେବେ ନାହିଁ ବୋଲି ମଧ୍ୟ ଗ୍ୟାରେଣ୍ଟି ଦେଇଛନ୍ତି ଏହି ପ୍ରିନ୍ସିପାଲ।

 

Share

Leave a Reply

Your email address will not be published. Required fields are marked *

5 + 2 =