ପାଟକୁରା ବିଜୟ ପାଇଁ ବିଜେଡି ଜଣାଇଲା ଧନ୍ୟବାଦ, କଂଗ୍ରେସ ଓ ବିଜେପି କରିବେ ସମୀକ୍ଷା

ଭୁବନେଶ୍ୱର () ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରବାୱାଲଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳର ବିଧାୟକ । ବିଜେଡି ଏହି ବିଜୟ ପାଇଁ କୃଷିମନ୍ତ୍ରୀ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସାଧରାଣ ନିର୍ବାଚନରେ ପାଟକୁରାରେ ବିଜେଡି 6 ହଜାର ଭୋଟ ପଛରେ ଥିଲା । ଏହି ନିର୍ବାଚନରେ ତିନିଗୁଣା ଅଧିକ ଭୋଟ ପାଇଛି।  ଥରେ ଜଣେ ନେତା ପାଟକୁରା, ତାପରେ ମହାକାଳପଡ଼ା ଓ ପୁଣି ପଟକୁରାରୁ ଲଢ଼ିବା କଣ ସ୍ୱାଭିମାନର ଲଢେଇ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ଏହି ନିର୍ବାଚନରେ ଅମାନତ ହରାଇଛି । ଏହାର ସମୀକ୍ଷା ହେବ ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡି ଏହି ନିର୍ବାଚନରେ ସରକାରୀ କଳ ଓ ବହୁବଳର ବ୍ୟାପକ ବ୍ୟବହାର କରିବା ସହ ଭୋଟ ପିଛ 5000 ଟଙ୍କା ବାଣ୍ଟିଛନ୍ତି । ବିଜେପି ମଧ୍ୟ 2ରୁ 3 ହଜାର ଟଙ୍କା ବାଣ୍ଟିଛି । ବିଜେଡି 30ରୁ 35 ଭୋଟ ବ୍ୟବଧାନ ଆଶା କରିଥିବା ବେଳେ ବ୍ୟବଧାନ କମିଛି, ଏହା ତାଙ୍କୁ ଶକ୍ତ ଧକ୍କା ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସରକାରୀ ଦଳର ବ୍ୟାପକ ଅର୍ଥ ଓ ବହୁବଳକୁ ଦାୟୀ କରିଛନ୍ତି । ବିଜେପି ଏହି ନିର୍ବାଚନ ଜିତିବା କଥା । କିନ୍ତୁ କାହିଁକି ହରିଲା ତାର ସମୀକ୍ଷା ହେବ ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

2 × three =