ସ୍ମାର୍ଟ ସିଟିରେ ଗଡିଲା ସ୍ମାର୍ଟ ସାଇକେଲ

ଭୁବନେଶ୍ବର () ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତାରେ ଗଡ଼ିଲା ସ୍ମାର୍ଟ “ମୋ ସାଇକେଲ”। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ମୋ ସାଇକେଲ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 300 ସାଇକେଲ ଆରୋହୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଛକରୁ ବାହାରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲେ । ସ୍ମାର୍ଟ ସିଟି ଭୁବନେଶ୍ବର ଲିମିଟେଡ଼ ଅଧୀନରେ ଥିବା କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟର ଏହା ଏକ ପବ୍ଲିକ ବାଇସାଇକେଲ ସେୟାରିଂ ମାଧ୍ୟମ ଯାହା ସାହାଯ୍ୟରେ କମ ଖର୍ଚ୍ଚରେ ସ୍ମାର୍ଟ ସହର ବୁଲି ହେବ।

ଏହି ଅତ୍ୟାଧୁନିକ ସାଇକେଲ ମୋବାଇଲ ଆପ ଦ୍ବାରା ଡାଉନଲୋଡ଼ କରି ବ୍ୟବହାର କରିହେବ। ପ୍ରତି ସାଇକେଲରେ ଇଉନିକ କୋଡ଼ ନଂ ରହିବ, ଜିପିଏସ ଓ ଜିପିଆରଏସ ଦ୍ବାରା ସାଇକେଲର ଗତିବିଧିକୁ ସହଜରେ ଠାବ କରିହେବ।। ପଥଚାରୀକୁ ସୁଲଭ ମୂଲ୍ୟରେ, ବ୍ୟବହାର କରିବାର ଵ୍ୟଵସ୍ଥା ରହିଛି। ମାସିକ100 ଟଙ୍କା ଦେଇ ସଦସ୍ୟତା ଗ୍ରହଣ କରିପାରିବେ। ସାଇକେଲକୁ ପ୍ରଥମ 30 ମିନିଟ ନିଶୁଳ୍କ ବ୍ୟବହାର କରିପାରିବେ। ତା ପରେ ପ୍ରତି ଅଧ ଘଣ୍ଟାରେ ଦେବାକୁ ପଡ଼ିବ 5 ଟଙ୍କା। ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟିରେ 1000 ଟି ସାଇକେଲ 100 ଟି ସ୍ଥାନରେ ଉପଲବ୍ଧ ହେବ। ଆଗକୁ ଆହୁରି 300 ସ୍ଥାନରେ ସାଇକେଲ ସେବା ଯୋଗାଇ ଦିଆଯିବ।

ପ୍ରତି ବସ ରହଣୀ ସ୍ଥଳ ପାଖରେ ସାଇକେଲ ରଖାଯାଇଛି। ପ୍ରଥମକରି ୟୁଲୁ, ୟଂନା ଓ ହେକସି କମ୍ପାନୀ ତରଫରୁ 1000 ସାଇକେଲ ବ୍ୟବସ୍ତା କରାଯାଇଛି। ଆମ ଭୁବନେଶ୍ବର ବହୁ ସୁନ୍ଦର ଏହି ସାଇକେଲକୁ ସମସ୍ତେ ବ୍ୟବହାର କରିବା ଦରକାର ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ଏହାଦ୍ବାରା ପରିବେଶ ପ୍ରଦୂଷଣ ରୋକାଯାଇପାରିବ, ଲୋକମାନେ ଶାରୀରିକ ସ୍ତରରେ ସୁସ୍ଥ ରହିପାରିବେ, ସୌନ୍ଦର୍ଯ୍ୟ ବଢିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ସେ ସହରବାସୀଙ୍କୁ ନିବେଦନ କରିଥିଲେ କିଏ ସାଇକେଲର ବ୍ୟବହାର କରନ୍ତୁ। ଗଣମାଧ୍ୟମ ଜରିଆରେ ମୋ ସାଇକେଲ ବ୍ୟବହାରକୁ ନେଇ ସାରା ସହରବାସୀଙ୍କୁ ସଚେତନ କରାଯାଉ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ସମସ୍ତେ ଏ ସେବାକୁ ଆପଣେଇ ନିଅନ୍ତୁ ବୋଲି ମନ୍ତ୍ରୀ ପଣ୍ଡା ସମସ୍ତଙ୍କୁ ଅନୁରୋଧ କରିଥିଲେ। ଭୁବନେଶ୍ବର ମହାନଗର ନିଗମର ଆୟୁକ୍ତ ତଥ ଭୁବନେଶ୍ବର ଉନ୍ନୟନ କତ୍ତୃପକ୍ଷ  ଉପାଧ୍ୟକ୍ଷ କ୍ରିଷନ କୁମାର ସମସ୍ତେ ସାଇକେଲ ବ୍ୟବହାର କରିବା ନେଇ ଆଶା ପ୍ରକଟ କରିଛନ୍ତି  । ଏବେ1000 ସାଇକେଲକୁ 100 ଟି ଷ୍ଟେଟନରେ ଲଞ୍ଚ କରାଯାଇଛ ବୋଲି ସେ କହିଥିଲେ। ସାଧାରଣ ଯୁବକ ରାଜେଶ ପାତ୍ର ସାଇକେଲ ରାଲିରେ ଯୋଗ ଦେଇଥିବାରୁ ଗୌରବାନ୍ବିତ ମନେ କରୁଛି ବୋଲି କହିଥିଲେ। ସାଇକେଲ ଭଡା ବହୁତ ଶସ୍ତା ଥିବାରୁ ସମସ୍ତେ ବ୍ୟବହାର କରିପାରିବେ  । ଏହାଦ୍ବାରା ଶାରୀରିକ ଫିଟନେସ ରକ୍ଷା କରିହେବ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

6 + five =