ସ୍କୁଲ ପିଲାଙ୍କୁ ଗାଡ଼ି ମନା

ଭୁବନେଶ୍ୱର()  ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ । ୧୮ ବର୍ଷରୁ କମ୍ ବୟସର ପିଲାମାନେ ସ୍କୁଲକୁ ବାଇକ ଆଣି ଆସିପାରିବେ ନାହିଁ।

ଯଦି କୌଣସି ଛାତ୍ରୀଛାତ୍ର ଗାଡ଼ି ଚଳାଇବା ସମୟରେ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଗାଡ଼ି ମାଲିକଙ୍କ ସମେତ ସମ୍ପୃକ୍ତ ଛାତ୍ରଙ୍କୁ ଜରିମାନା ଦେବାକୁ ପଡ଼ିବ। ସରକାରୀ ସମେତ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ନିୟମ ପାଳନ କରିବାକୁ କୁହାଯାଇଛି ।ଛାତ୍ରଛାତ୍ରୀ ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତି ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ସହ ପିଲା ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଧ୍ୟାନ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

twenty + 16 =