ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗୁମିଦରା ଗାଁରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଗାଁରେ ଥିବା କାଜୁ ବଗିଚାରେ ବେକରେ ରସି ଲଗାଇ ଦୁହେଁ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ବନବାସୀ ଦଣ୍ଡସେନା ଓ ସ୍ୱାତି ଦଣ୍ଡସେନା । ପ୍ରେମ ଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାଜୁ ଗଛରେ ଦୁଇ ଜଣଙ୍କ ମୃତଦେହ ଦେଖି ଗାଁ ଲେକେ ପୋଲିସକୁ ଖବର ଦେଇଥିଲେ ।
ଗତକାଲି ରାତିରେ ଖାଇ ସାରିବା ପରେ ସେମାନେ ନିଜ ନିଜ ଘରୁ ବାହାରି ଯାଇଥିଲେ। ସେମାନେ ଘରେ ରାତିରେ ନଥିବା ନେଇ ତାଙ୍କ ପରିବାର ଲୋକେ ଜାଣି ନଥିଲେ ବୋଲି କହିଛନ୍ତି।ଆଜି ସକାଳେ ଲୋକେ ସେମାନଙ୍କ ମୃତଦେହକୁ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଝିଅଟି ଓଢ଼ଣୀରେ ଝୁଲି ପଡ଼ିଥିବା ବେଳେ ପୁଅଟି ଏକ ଲୁଙ୍ଗିରେ ଝୁଲିଥିଲା। ପାପଡ଼ାହାଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Share

Leave a Reply

Your email address will not be published. Required fields are marked *

eleven − eight =