ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର 31 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସଂପତ୍ତିର ମୂଲ୍ୟ 64 କୋଟି 87 ଲକ୍ଷ ଟଙ୍କା ରହିଛି । ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ ମସିହାର ଆମ୍ବାସଡର କାର ରହିଛି । ଯାହାର ଦାମ୍ ୬ ହଜାର ୪ଶହ ୩୪ ଟଙ୍କା ବୋଲି କୁହାଯାଇଛି । ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କ ଶାଖାରେ ୨୧ ଲକ୍ଷରୁ ଅଧିକ ଟଙ୍କା ତାଙ୍କର ରହିଛି । ହିଞ୍ଜିଳିକାଟୁ ଏସବିଆଇ ଶାଖାରେ ୧୪ ହଜାର ୪୮୮ ଟଙ୍କା ରହିଛି । ବ୍ୟାଙ୍କ ଅଫ ଇଣ୍ଡିଆରେ ୧ କୋଟି ୧୧ ଲକ୍ଷ ୨୬ ହଜାର ୩୭୯ ଟଙ୍କା ରହିଛି ।
ସମସ୍ତଙ୍କ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ସବୁଠାରୁ ଧନୀ ମନ୍ତ୍ରୀ ବୋଲି ଜଣାପଡିଛି । ସ୍ଥାବର ଅସ୍ଥାବର ସମ୍ପତ୍ତିର ତାଲିକା ୱେବସାଇଟ୍‌ରେ ଦିଆଯାଇଛି । ୩୧ ଡିସେମ୍ବର ୨୦୨୧ ସୁଦ୍ଧା କେଉଁ ମନ୍ତ୍ରୀଙ୍କ ପାଖରେ କେତେ ଟଙ୍କା ଅଛି ସେ ସମ୍ପର୍କରେ ୱେବସାଇଟରେ ତାଲିକା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

one × one =