ପଦ୍ମଶ୍ରୀ ରାଧାମୋହନଙ୍କ ବିୟୋଗ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ତାଙ୍କ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। କିଛି ଦିନ ହେବ ଅସୁସ୍ଥ ହୋଇ ସମ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଜଣେ ଅର୍ଥନୀତି ଶିକ୍ଷାବିତ୍, ସାମାଜିକ କର୍ମୀ ଓ ପରାମର୍ଶଦାତା ଭାବେ ଖୁବ୍ ପରିଚିତ ଥିଲେ ପ୍ରଫେସର ରାଧାମୋହନ।

ସେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ନେତା, ସମାଜସେବୀ, ସ୍ତମ୍ବକାର ଓ ବୈପ୍ଳବିକ ଚାଷି । ସେ ରାଜ୍ୟର ସୂଚନା କମିସନର ଦାୟିତ୍ୱ ତୁଲାଉଥିଲେ ଏବଂ ଭାରତର ପଦ୍ମଶ୍ରୀ ଉପାଧି ଅଳକୃତ କରିଥିଲେ। ସେ ଜଣେ ଭଲ ମଣିଷ ଓ ପରିବେଶବିତ୍ ଭାବରେ ସାରା ରାଜ୍ୟରେ ଲୋକପ୍ରିୟ ଥିଲେ । ଜୈବିକ କୃଷି କ୍ଷେତ୍ରରେ ରାଧାମୋହନଙ୍କ ବୈପ୍ଳବିକ ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବେ । ଏଇ ଦୁଃଖଦ ମୁହୁର୍ତ୍ତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

Share

Leave a Reply

Your email address will not be published. Required fields are marked *

seventeen + 4 =