ରାଜଧାନୀରେ ସର୍ଗିଫୁଲର ବାସ୍ନା

ସର୍ଗିଫୁଲ ବାସ୍ନାରେ ମହକୁଛି ରାଜଧାନୀ ଭୁବନେଶ୍ୱର । ପ୍ରତିବର୍ଷଭଳି ଏ ବର୍ଷ ମଧ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟ ସମୂହର ଛାତ୍ରଛାତ୍ରୀ ମାନଙ୍କର ସରଗିିଫୁଲ ୨୦୧୮ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଏଠାରେ ଉଦ୍ଘାଟିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ଏକ ବିଶ୍ୱ ସ୍ତରୀୟ ଜନଜାତି ହାଟର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉସ୍ôବ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ । ଏହି ଉସ୍ôବରେ ୯୨୫ ଜଣ ଛାତ୍ରଛାତ୍ରୀଙ୍କ ସହ ୧୪୨ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ବିଭିନ୍ନ ବିଭାଗରେ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ପିଲାଙ୍କ ରହିବା ଖାଇବା ସହ ସମସ୍ତ ପ୍ରକାର ଯତ୍ନ କରିବାର ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nine + thirteen =