ଅଗଷ୍ଟ ଶେଷ ସୁଦ୍ଧା ଭାରତରେ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହରର ପ୍ରକୋପ ଥମି ନଥିବା ବେଳେ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢିଛି। ଏହାସହିତ ହୁ ମଧ୍ୟ ବିଶ୍ବକୁ ଚେତାଇ ଦେଇଛି ଯେ ବର୍ତ୍ତମାନ ଆମେ ତୃତୀୟ ଲହରର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅଛୁ। ତେବେ ଅଗଷ୍ଟ ଶେଷ ସୁଦ୍ଧା ଏହା ଭାରତକୁ ଆସିପାରେ ବୋଲି ବୈଜ୍ଞାନିକମାନେ ମନ ଦେଇଛନ୍ତି। ନେଇ ଆଇସିଏମ୍ଆର ଅଧ୍ୟୟନରୁ ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସମେତ ସମଗ୍ର ବିଶ୍ୱରେ ବିଶେଷଜ୍ଞମାନେ କହିଛନ୍ତି ଯେ ତୃତୀୟ ତରଙ୍ଗର ଆରମ୍ଭ ହୋଇସାରିଲାଣି। ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।ରିପୋର୍ଟ ଅନୁଯାୟୀ ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ତରଙ୍ଗ ଭାରତକୁ ଆସିବାର ସମ୍ଭାବନା ଅଛି ଏବଂ ଏହା ଦ୍ୱିତୀୟ ତରଙ୍ଗ ଭଳି ତୀବ୍ର ହୋଇନପାରେ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

19 + 2 =