ସପ୍ତଗିରି ଉଲାକାଙ୍କୁ ନୂଆ ଦାୟିତ୍ୱ ଦେଲେ ସୋନିଆ

ଭୁବନେଶ୍ୱର: କୋରାପୁଟର ଯୁବ ସାଂସଦ ସପ୍ତଗିରି ଉଲାକାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସପ୍ତଗିରିଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛି କଂଗ୍ରେସ।। ସପ୍ତଗିରିଙ୍କୁ ଛତିଶଗଡ଼ ଇନଚାର୍ଜ ଭାବେ ନିଯୁକ୍ତି ଦେଲେ କଂଗ୍ରେସ ଅଧ୍ୟକ୍ଷ॥ ଦଳର ରାଷ୍ଟ୍ରୀୟ ସଂପାଦକ ଭାବେ ନିଯୁକ୍ତି ସହ ଛତିଶଗଡ଼ ଇନଚାର୍ଜ ଦାୟିତ୍ୱ ନେଲେ ।

ସୂଚନା ଥାଉକି, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଏକମାତ୍ର ସାସଦ ଭାବେ ବିଜୟ ହୋଇଥିଲେ ସପ୍ତଗିରି ଉଲାକା । ସେ କୋରାପୁଟ ସସଂଦୀୟ କ୍ଷେତ୍ରରୁ ବିଜୟୀ ହୋଇଥିଲେ । କୋରାପୁଟ ଭଳି ଆଦିବାସୀ ଇଲାକାରେ ସେ ବିକାଶ କରିଥିବା ମଧ୍ୟ ନଜିର ରହିଛି । ତେବେ ରାଜ୍ୟ ରାଜନୀତିରେ ମଧ୍ୟ ସେ ଜଣେ ଚର୍ଚ୍ଚିତ ଚେହେରା ।

Share

Leave a Reply

Your email address will not be published. Required fields are marked *

eighteen − 9 =