ବଡ ଆଶ୍ୱସ୍ତି: ୟେସ ବ୍ୟାଙ୍କରେ ସୁରକ୍ଷିତ ଅଛି ଜମାକାରୀଙ୍କ ଜମା ଓ କର୍ମଚାରୀଙ୍କ ଚାକିରୀ

ନୂଆଦିଲ୍ଲୀ() ଓଡ଼ିଶାବାସୀ ଓ ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପାଣ୍ଠି ସୁରକ୍ଷିତ ଓ ଫେରିବା ଆଶା ଉଜ୍ଜ୍ୱଳ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଓ ରାଜ୍ୟ ସରକାରଙ୍କ କ୍ରମେ କେନ୍ଦ୍ର ସରକାରଙ୍କ ପାଖରେ କରାଯାଇଥିବା ଅନୁରୋଧ ନିଷ୍ଫଳ ଯାଇନି । ଶେଷରେ ଅଗଣିତ ଗ୍ରାହକ ଓ ଜମାକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗତକାଲି ୟେସ ବ୍ୟାଙ୍କର ପୁନର୍ବିନ୍ୟାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୟେସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା ମୋରାଟୋରିଅମ ବା ଦେଣନେଣ କଟକଣା ଆସନ୍ତା ମାର୍ଚ୍ଚ ୧୬ ତାରିଖ ଅର୍ଥାତ ସୋମବାର ପ୍ରତ୍ୟାହୃତ ହେବ ବୋଲି ଜଣାପଡିଛି ।

 

ସୂଚନାଯୋଗ୍ୟ ଯେ ଜଗନ୍ନାଥଙ୍କୟେସ ବ୍ୟାବଙ୍କର ଥିବା ଜମାରାଶିକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । କୋଟିକୋଟି ଓଡ଼ିଆଙ୍କ ତଥା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗସହ ଜଡିତ ଏ ପ୍ରସଙ୍ଗରେ ରାୟ ସରକାର କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଭୁଙ୍କ ଜମାରାଶି ଯେପରି ଫେରି ଆସିବା ତେଣୁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ସୃତି କରିବା ପାଇଁ ବିଜେଡି ସଂସଦୀୟ ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଜାରି ରାଜପତ୍ରରେ କୁହାଯାଇଛି ୟେସ ବ୍ୟାଙ୍କର ପୁନର୍ବିନ୍ୟାସ ସ୍କିମ ଅନ୍ତର୍ଗତ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ ଓ ଏହି ବ୍ୟାଙ୍କର କର୍ମଚାରୀମାନଙ୍କ ଚାକିରୀ ବି ଅନ୍ୟାଦେଶ ପର୍ୟ୍ୟନ୍ତ ସୁରକ୍ଷିତ । ଏହି ବ୍ୟାଙ୍କର ସୁପାରିଛନଲ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ନୂଆ ନିର୍ଦ୍ଦେଶକ ମଣ୍ଡଳୀ ଗଠନ କରିଛି । ଏଥିରେ ଏସବିଆଇର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ ପ୍ରଶାନ୍ତ କୁମାର ସିଈଓ ତଥା ଏମଡି ଭାବେ ନିଯୁକ୍ତ ହୋଇଥିବା ବେଳେ ଏଥିରେ ସୁନୀଲ ମେହେଟା, ମହେଶ କୃଷ୍ଣମୁର୍ତ୍ତି , ଓ ଅତୁଳ ଭେଡାଙ୍କୁ ନିର୍ଦ୍ଦେଶକ ଭାବେ ଗ୍ରହଣ କରାଯାଇଛି । ଏହି ନୂଆ ନିର୍ଦ୍ଦେଶକ ମଣ୍ଡଳୀକୁ ନେଇ ୟେସ ବ୍ୟାଙ୍କ ପୂର୍ବଭଳି ଚାଲିବ । ବ୍ୟଙ୍କରେ ଯେଉଁ କର୍ମଚାରୀ ମାନେ ଯେଉଁ ଶାଖାରେ କାମ କରିଥିଲେ ସେମାନେ ସେମାନଙ୍କ ବର୍ତ୍ତମାନର ବେତନରେ ବି କାମ କରିବେ । ଏହି ବିଜ୍ଞପ୍ତି କାର୍ୟ୍ୟକାରୀ ହେବାର ତୃତୀୟ କାର୍ୟ୍ୟ ଦିବସରେ ୟେସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ମୋରାଟୋରିଅମ(ଯାହାକି ୫ ତାରିଖରୁ ଲାଗୁ ହୋଇଥିଲା) ଆପେ ଆପେ ପ୍ରତ୍ୟାହୃତ ହେବା ସହ ବ୍ୟାଙ୍କର କାରବାର ପୂର୍ବ ଭଳି ସ୍ୱାଭାବିକ ହେବା ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − 16 =