ବିଶିଷ୍ଟ ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ

ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ ର ପୂର୍ବତନ ଡିନ ପ୍ରଫେସର (ଡାକ୍ତର) ଧୀରେନ୍ଦ୍ର କୁମାର ରାୟ ଙ୍କର ରବିବାର ସକାଳେ ସମ ଆଲଟିମେଟ ମେଡିକେୟାର ରେ ଦେହାନ୍ତ ହୋଇଯାଇଛି |ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ହୋଇଥିଲା। ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିମନ୍ତେ ସେ ଚିକିତ୍ସିତ ହେଉଥିଲେ |
ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଜଣେ ଅଭିଜ୍ଞ ବିଶେଷଜ୍ଞ ଭାବେ ତାଙ୍କର ସୁନାମ ଥିଲା।

ପ୍ରଫେସର ରାୟ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ |
ଜଣେ ଦକ୍ଷ ପ୍ରଶାସକ ରହିଥିବା ପ୍ରଫେସର ରାୟ ରିଜିଓନାଲ ସ୍ପାଇନାଲ ଇଞ୍ଜୁରୀ ସେଣ୍ଟର, ଓଡିଶା ଓ ସର୍ଦାର ବଲ୍ଲଭଭାଇ ପଟେଲ ଇନ୍ଷ୍ଟିଚ୍ୟୁଟ ଅଫ ପେଡିଆତ୍ରିକ୍ସ, କଟକ ର ନିର୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ |ପୂର୍ବରୁ ସେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ର ଶଲ୍ୟ ବିଭାଗ ର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ |
ପ୍ରଫେସର ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ମଧ୍ୟବର୍ତ୍ତିକାଳୀନ କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି |

୧୯୬୮ ମସିହାରେ ଏସସିବି ମେଡିକାଲ କଲେଜ ରୁ ଗ୍ରାଜୁଏସନ କରିବା ପରେ ୧୯୭୩ ମସିହାରେ ସେହି ଅନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏସନ ଶେଷ କରିଥିଲେ | ୧୯୮୬ରେ ସେ ଏମ୍ସ ନୂଆଦିଲ୍ଲୀ ରୁ କାର୍ଡିଓଥୋରାଶିକ ଆଣ୍ଡ ଭାଷକୁଲାର ସର୍ଜରୀ ରେ ଉଚ୍ଚ ପ୍ରଶିକ୍ଷଣ ଗ୍ରହଣ କରିଥିଲେ |

ତାଙ୍କ ପତ୍ନୀ ପ୍ରଫେସର ଜୁଥିକା ରାୟ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡରମାଟୋଲୋଜି ବିଭାଗର ପୂର୍ବତନ ପ୍ରଫେସର ରହିଥିବା ବେଳେ ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି |

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡାକ୍ତର ) ମନୋଜରଞ୍ଜନ ନାୟକ ପ୍ରଫେସର ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ମହାନ ବ୍ୟକ୍ତିତ୍ୱ ବୋଲି ଅବିହିତ କରିଛନ୍ତି | ଆଇ ଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲର ଆରମ୍ଭରୁ ପ୍ରଫେସର ରାୟ ଏଥିରେ ଜଡ଼ିତ ଥାଇ ଅନୁଷ୍ଠାନର ଉନ୍ନତି ନିମନ୍ତେ କାର୍ଯ୍ୟ କରିଥିଲେ ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

two × one =