ନୋରା ଫତେହି ଉପରେ ସୁକେଶ ଚନ୍ଦ୍ର ଶେଖର ଆଣିଲେ ଗମ୍ଭୀର ଅଭିଯୋଗ

ମହାଠକ ସୁକେଶ ଚନ୍ଦ୍ର ଶେଖର କୁ ନେଇ ମଝିରେ ମଝିରେ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ସୁକେଶଙ୍କ ସହ ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଓ ନୋରା ଫତେହିଙ୍କୁ ମଧ୍ୟ ପଚରା ଉଚରା ଜାରି ରହିଛି । ନିକଟରେ ସୁକେଶ ନିଜ ଓକିଲ ମାଧ୍ୟମରେ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ନୋରା ଫତେହି ଓ ଜ୍ୟାକଲିନଙ୍କ ସମ୍ପର୍କରେ ବହୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ।

ସୁକେଶ କହିଛନ୍ତି, ନୋରା ଚାହୁଁଥିଲେ ଯେ ସେ ଜ୍ୟାକଲିନଙ୍କ ସାଙ୍ଗ ଛାଡି ଦିଅନ୍ତୁ । ‘ନୋରା, ମୋତେ ଦିନରେ ୧୦ ଥର ଫୋନ କରୁଥିଲେ । ମୁଁ ମନା କରିବା ପରେ ମଧ୍ୟ ମୋତେ ଫୋନ କରି ବିରକ୍ତ କରୁଥିଲେ’ ବୋଲି ସୁକେଶ କହିଛନ୍ତି । ନୋରା ଇଓଡବ୍ଲ୍ୟୁ ନିକଟର ନିଜର ବୟାନ ବଦଳାଇଥିଲେ ବୋଲି ମଧ୍ୟ ସୁକେଶ କହିଛନ୍ତି ।

ସୁକେଶ ଆହୁରି ମଧ୍ୟ କହିଛନ୍ତି, ‘ଜ୍ୟାକଲିନ ଓ ମୋ ଭିତରେ ଭଲ ସମ୍ପର୍କ ରହିଛି । ଏହି କାରଣରୁ ନୋରା ସର୍ବଦା ଜ୍ୟାକଲିନଙ୍କ ଉପରେ ଇର୍ଷା କରୁଥିଲେ । ଜ୍ୟାକଲିନଙ୍କ ବିରୋଧରେ ସର୍ବଦା ସେ ମୋତେ ଭଡକାଉଥିଲେ । ନୋରା ଚାହୁଁଥିଲେ ଯେ ସେ ଜ୍ୟାକଲିନଙ୍କୁ ଛାଡି ଦିଅନ୍ତୁ ଓ ମୋ ସହ ଡେଟରେ ରୁହନ୍ତୁ ।

ନୋରା ଇଓଡବ୍ଲ୍ୟୁଙ୍କୁ ଭୁଲ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ସେ କୁଆଡେ ମୋ ଠାରୁ କାର ନେବାକୁ ଚାହୁଁନଥିଲେ । ହେଲେ ଏହା ମିଛ, ସେ ଏକ ସାଧାରଣ କାର ଚଳାଉଥିଲେ । ସର୍ବଦା ମୋତେ ବାଧ୍ୟ କରୁଥିଲେ ଯେ ତାଙ୍କୁ ଏକ ଭଲ କାର ଦରକାର । ତେଣୁ ମୁଁ ତାଙ୍କୁ ଏକ BMW କାର ଗିପ୍ଟ କରିଥିଲି । ଏହା ସହ ବ୍ୟାଗ ଓ ଜୁୟଲାରୀ ଫଟୋ ମଧ୍ୟ ପଠାଉଥିଲେ । ସେ ସବୁକୁ ଦାବି କରୁଥିବାରୁ ମୁଁ ତାଙ୍କୁ ଗିପ୍ଟ କରିଥିଲି । ମୁଁ ଗିପ୍ଟ କରିଥିବା ତାଙ୍କର ଗୋଟିଏ ବ୍ୟାଗର ଦାମ ୨ କୋଟିରୁ ଅଧିକ ଥିଲା ବୋଲି କହିଛନ୍ତି ସୁକେଶ ।

Share

Leave a Reply

Your email address will not be published. Required fields are marked *

one × four =